fbpx
BJD SKY
BJD SKY

୯ ଦିନ ପରେ ସୂର୍ଯ୍ୟ ଉପରେ ରାହୁର ଆଟାକ୍, ଅଧିକ ପ୍ରଭାବିତ ହେବେ ଏହି ରାଶିର ଲୋକେ

BJD

ନୂଆଦିଲ୍ଲୀ: ଏପ୍ରିଲରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ୩୦ ଏପ୍ରିଲ ୨୦୨୨ରେ ଲାଗିବ ସୂର୍ଯ୍ୟପରାଗ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏହି ଦିନ ବୈଶାଖ ମାସର ଅମାବାସ୍ୟା ପଡ଼ୁଛି । ପୌରାଣିକ କଥା ଅନୁସାରେ, ପାପ ଗ୍ରହ ରାହୁ ଓ କେତୁ କାରଣରୁ ଗ୍ରହଣ ଲାଗିଥାଏ ।

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ୩୦ ଏପ୍ରିଲ ୨୦୨୨ ରେ ମଧ୍ୟରାତ୍ରିରେ ୧୨:୧୫ ରୁ ଆରମ୍ଭ ହୋଇ ସକାଳ ୪: ୮ ପର୍ଯ୍ୟନ୍ତ ଚାଲିବ । ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଭାରତରେ ଦେଖାଯିବ ନାହିଁ । ଏହାକୁ ଆଂଶିକ ଗ୍ରହଣ ବୋଲି କୁହାଯାଉଛି । ଏଭଳି ପରିସ୍ଥିତିରେ ସୂର୍ଯ୍ୟ ଗ୍ରହଣ ସମୟରେ ସୂତକ ସମୟର ନିୟମ ପାଳନ କରିବା ବାଧ୍ୟତାମୂଳକ ହେବ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମ୍ପୂର୍ଣ୍ଣ ଗ୍ରହଣ ଘଟଣାରେ ସୂତକକୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ।

ସୂର୍ଯ୍ୟପରାଗ ମେଷ ରାଶିରେ ଲାଗିବ । ବର୍ତ୍ତମାନ ସମୟରେ ରାହୁ ମେଷ ରାଶିରେ ପ୍ରବେଶ କରିଛି । ତେବେ ସୂର୍ଯ୍ୟପରାଗ ଯୋଗୁଁ ମେଷ, କର୍କଟ ଓ ବିଛା ରାଶିର ଲୋକେ ପ୍ରଭାବିତ ହେବେ ।

ମେଷ – ମେଷ ରାଶିରେ ସୂର୍ଯ୍ୟପରାଗ ଲାଗିବ । ସେଥିପାଇଁ ମେଷ ରାଶିର ଲୋକଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡିବ । ସୂର୍ଯ୍ୟପରାଗ ଆପଣଙ୍କ ମାନସିକ ଚାପକୁ ବଢ଼ାଇପାରେ । ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ସାବଧାନ୍ ରୁହନ୍ତୁ । ଶତ୍ରୁମାନେ କ୍ଷତି ପହଞ୍ଚାଇପାରନ୍ତି । ଧନ ହାନି ହେବା ସହ ଆଘାତ ଲାଗିବାର ଭୟ ରହିଛି । ବୟସ୍କଲୋକଙ୍କ ସହ ସମ୍ପର୍କ ପ୍ରଭାବିତ ହୋଇପାରେ ।

କର୍କଟ – କର୍କଟ ରାଶିର ଲୋକଙ୍କୁ ସଂଯମତା ରକ୍ଷା କରିବାକୁ ପଡିବ । କର୍କଟ ରାଶିର ସ୍ୱାମୀ ହେଉଛନ୍ତି ଚନ୍ଦ୍ର । ଚନ୍ଦ୍ର ରାହୁଙ୍କ ସଂସ୍ପର୍ଶରେ ଆସିବ । ଚନ୍ଦ୍ରକୁ ମନର କାରକ ଭାବରେ ବିବେଚନା କରାଯାଏ । ଏହି ସମୟରେ, ନକାରାତ୍ମକ ଚିନ୍ତାଧାରା ମନରେ ଆସିପାରେ । ନିରାଶା ଏବଂ ଅଜ୍ଞାତ ଭୟର ପରିସ୍ଥିତି ମଧ୍ୟ ଦେଖାଦେଇପାରେ । ଟଙ୍କା ଖର୍ଚ୍ଚର ସମ୍ଭାବନା ରହିଛି ।

ବିଛା – ବିଛା ରାଶିର ଲୋକମାନେ ଏହି ସମୟରେ ବିଫଳତା ପାଇପାରିବେ । ଏଥିପାଇଁ ନିଜର ପ୍ରତିଛିବକୁ ନେଇ ସାବଧାନ ରୁହ । ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ । ଯୁକ୍ତି ଇତ୍ୟାଦିରେ ସାମିଲ ହୁଅନାହିଁ । ପ୍ରତିଦ୍ୱନ୍ଦ୍ୱୀ ସକ୍ରିୟ ରହିବେ ଓ ମିଳୁଥିବା ଲାଭକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ । ଖର୍ଚ୍ଚରେ ହଠାତ୍ ବୃଦ୍ଧି ହୋଇପାରେ ।

ପ୍ରତିକାର :-
ସୂର୍ଯ୍ୟପରାଗର ଅଶୁଭତାକୁ ଏଡାଇବା ପାଇଁ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଏହା ସହିତ, ଏକ ଶୃଙ୍ଖଳିତ ଜୀବନଶଶୈଳୀ ଗ୍ରହଣ କରନ୍ତୁ । ଖାଦ୍ୟ ଏବଂ ଦୈନନ୍ଦିନ କାର୍ଯ୍ୟର ବିଶେଷ ଯତ୍ନ ନିଅ । ସକାରାତ୍ମକ ରୁହ ଓ କଥାର ମଧୁରତା ବା ସ୍ୱାଭବରେ ନମ୍ରତା ରଖ ।

Get real time updates directly on you device, subscribe now.