fbpx

ତାଲିବାନ୍ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍

କାବୁଲ,୪ ।୩: ଆମେରିକା ଓ ତାଲିବାନ୍ ମଧ୍ୟରେ ଗତ ଫେବ୍ରୁଆରୀ ୨୯ରେ ହୋଇଥିବା ଶାନ୍ତି ଚୁକ୍ତି ୪୮ ଘଣ୍ଟା ମଧ୍ୟ ରହିପାରିଲା ନାହିଁ । କିଛି ଦିନ ମଧ୍ୟରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଆଜି ତାଲିବାନ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା । ଆମେରିକାର ବାହିନୀ ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶରେ ଏୟାରଷ୍ଟ୍ରାଇକ୍ କରିଛି, ଯେଉଁଠାରେ ତାଲିବାନର ବଡ ଆଡ୍ଡା ଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ଆମେରିକାର ସେନା ଏ ବିଷୟରେ ସୂଚନା ଦେଇଛନ୍ତି । ତେବେ ଆଫଗାନିସ୍ତାନ ଯୁଦ୍ଧବିମାନ ଉପରେ ତାଲିବାନ୍ ଆକ୍ରମଣ କରିଥିଲା, ଯେଉଁଥିରେ ୨୦ ଯବାନଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ତାଲିବାନ୍ ଉପରେ ଆକ୍ରମଣ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା ଆମେରିକା ।

Get real time updates directly on you device, subscribe now.