fbpx

ଆମେରିକାର ଫାଷ୍ଟ ଲେଡି ଜିଲ ବିଡେନ କମଳା ହାରିସଙ୍କ ସ୍ୱାମୀ ଡଗ ଏମହୋଫଙ୍କୁ କିସ୍ କଲେ, Video Viral

ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ପ୍ରତ୍ୟେକ ଘଟଣା ଖୁବ୍ କମ୍ ସମୟ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ଏପରିକି ଅନେକ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର କିଛି ଘଟଣା ସୋସିଆଲ ମିଡ଼ିଆରେ ଘୂରି ବୁଲିଥାଏ । ତେବେ ଏପରି ଏକ ଘଟଣା ଆମେରିକାରୁ ଆସିଛି । ଆମେରିକାର ଫାଷ୍ଟ ଲେଡି ଜିଲ ବିଡେନ ଉପରାଷ୍ଟ୍ରପତି କମଳା ହାରିସଙ୍କ ସ୍ୱାମୀ ଡଗ୍ ଏମହୋଫଙ୍କୁ କିସ୍ କରୁଥିବା ଦେଖାଯାଇଛି । ଫୋକ୍ସ ନ୍ୟୁଜ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଆମେରିକାର ସଦନରେ ପ୍ରଥମ ଥର ପ୍ରତିନିଧିଙ୍କ ବହୁମତ ହରାଇବା ପରେ ଗତ ମଙ୍ଗଳବାର ଦିନ କ୍ୟାପିଟଲ ହିଲରେ ଷ୍ଟେଟ ଅଫ୍ ଦି ୟୁନିୟନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦ୍ୱିତୀୟ ଥର ସମ୍ବୋଧନ ଦେଇଥିଲେ । ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ସମ୍ବୋଧିନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହା ପୂର୍ବରୁ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ତାଜୁବ କରିଦେଇଥିଲା । ସୋସିଆଲ ମିଡ଼ିଆରେ ଏହାକୁ ଏନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଲୋକମାନେ ଭିଡିଓ ଦେଖିବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ସୂଚନା ମୁତାବକ, ବାଇଡେନଙ୍କ ସମ୍ବୋଧନ ଶୁଣିବା ପାଇଁ ହଲରେ ବହୁତ ସଦସ୍ୟ ବସିଥିଲେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଅର୍ଥାତ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କ ପତି ଡଗ ଏମହୋଫ ମଧ୍ୟ ସେଥିରେ ଉପସ୍ଥିତ ଥିଲେ । ତେବେ ବାଇଡେନଙ୍କ ସମ୍ବୋଧନ ଆରମ୍ଭ ହେବା ପୂର୍ବରୁ ଜିଲ ବାଇଡେନ ହଲକୁ ଆସିଥିଲେ ଓ ଡଗ ଏମହୋଫଙ୍କ ନିକଟକୁ ଯାଇ ତାଙ୍କର ଓଠକୁ ଚୁମ୍ବନ ଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକଙ୍କ ତରଫରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଥିଲା ।

ଏନେଇ ଜଣେ ୟୁଜର ଟ୍ୱିଟରରେ ଲେଖିଛନ୍ତି ‘Did Jill Biden just kiss Kamala’s husband on the Lips?’

ରିପବ୍ଲିକାନ ସଦସ୍ୟମାନେ ଗୃହକୁ ନିୟନ୍ତ୍ରଣକୁ ନେବା ପରେ ବିଡେନ ତାଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସେ ରିପବ୍ଲିକାନ ସଦସ୍ୟଙ୍କୁ ‘ବନ୍ଧୁ’ ବୋଲି ସମ୍ବୋଧନ କରି ସହଯୋଗ କରିବାକୁ କହିଥିଲେ । ନିଜ ଭାଷଣରେ ବିଡେନ କୋଭିଡ ଓ ଆମେରିକାର ଅର୍ଥନୀତି ଉପରେ କହିଥିଲେ । କୋଭିଡ-୧୯ ଓ ରୁଷ ରାଷ୍ଟ୍ରପତିଙ୍କ ୟୁକ୍ରେନ ଆକ୍ରମଣ ପରେ ବି ଆମେରିକାର ଅର୍ଥନୀତି ବିଶ୍ୱର ଅନ୍ୟ ରାଷ୍ଟ୍ର ଠାରୁ ମଜବୁତ ସ୍ଥିତିରେ ରହିଥିବା ବିଡେନ କହିଥିଲେ । ଏହି ଅବସରରେ ସେ ନବନିଯୁକ୍ତ ବାଚସ୍ପତି କେଭିନ ମ୍ୟାକକାର୍ଥିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Get real time updates directly on you device, subscribe now.