fbpx

ଗୁଗଲ କ୍ରୋମରେ ରହିଛି ଏକ ସିକ୍ରେଟ୍ ସୁଇଚ୍ ଯାହା ତୁରନ୍ତ ବଢାଇ ଦେବ ଆପଣଙ୍କ କମ୍ପ୍ୟୁଟରର ସ୍ପିଡ୍‌, ଜାଣନ୍ତୁ କିପରି ଅନ୍ କରିବେ?

ନୂଆଦିଲ୍ଲୀ: ଗୁଗଲ କ୍ରୋମ ହେଉଛି ସବୁଠାରୁ ଲୋକପ୍ରିୟ ବ୍ରାଉଜର । ଏଣୁ ଅଧିକାଠା ଲୋକ ଲାପଟପ୍ କିମ୍ବା କମ୍ପ୍ୟୁଟରରେ କାମ କରିବା ସମୟରେ ଗୁଗଲ କ୍ରୋମର ବ୍ୟବହାର କରିଥାନ୍ତି । କ୍ରୋମ ବ୍ୟବହାର କରିବା ସମୟରେ ଲୋକମାନେ ବହୁ ଟ୍ୟାବ୍ ଖୋଲି ରଖିଥାନ୍ତି । ତେବେ ଲାପଟପ୍ ସ୍ଲୋ ହୋଇଯିବାର ଅନେକ କାରଣ ମଧ୍ୟରୁ ଏହା ମଧ୍ୟ ଏକ କାରଣ । ତେବେ ସବୁଠାରୁ ବଡ କଥା ହେଉଛି ଲାପଟପର ସ୍ପିଡ୍ ତୁରନ୍ତ ବଢାଇବା ପାଇଁ ଏହାର ଉପାୟ ଗୁଗଲ କ୍ରୋମରେ ହିଁ ମିଳିଥାଏ ।

ଯଦି ଆପଣ ଏହା ଅନୁଭବ କରୁଛନ୍ତି କି ଆପଣଙ୍କ କମ୍ପ୍ୟୁଟର ସ୍ଲୋ ଚାଲୁଛି ତେବେ ଆପଣଙ୍କୁ ଏ ଦିଗରେ ଗୁଗଲ କ୍ରୋମରେ ଥିବା ଏକ ହିଡେନ୍ ସେଟିଂ କରିପାରିବ । ଏହି ସେଟିଂ ମେମୋରୀ ସେଭର ନାମରେ ପରିଚିତ । ଏହା ସେହିମାନଙ୍କ ଲାଗି ବିଶେଷ ଭାବରେ ଡିଜାଇନ କରାଯାଇଛି ଯେଉଁମାନେ କ୍ରୋମ୍ ବ୍ୟବହାର କରୁଥିବା ସମୟରେ ବହୁଗୁଡିଏ ଟ୍ୟାବ୍ ଖୋଲା ରଖିଥାନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି କ୍ରୋମ୍ ଅଧିକ ମେମୋରୀ(RAM)ର ବ୍ୟବହାର କରିଥାଏ । ଏପରି ସ୍ଥିତିରେ ଯେତେବେଳେ ଆପଣ ଟ୍ୟାବ୍ ଓପନ କରିଥାନ୍ତି ସେତେବେଳେ କ୍ରୋମ୍ ଅଧିକ ମେମୋରୀର ବି ଉପଯୋଗ କରିଥାଏ । କ୍ରୋମ୍ ଦ୍ୱାରା ଅଧିକ ମେମୋରୀ ବ୍ୟବହାର ହେବା ଦ୍ୱାରା ଅନ୍ୟ ପ୍ରୋଗ୍ରାମ ଚାଲିବା ପାଇଁ ପର୍ଯ୍ୟାପ୍ତ ମେମୋରୀ ଆକ୍ସେସ୍ ମିଳି ନ ଥାଏ । ଏହି କାରଣରୁ ମେସିନ୍ ସ୍ଲୋ ହୋଇଥାଏ । ଏପରିକି ସବୁଠାରୁ ବେଷ୍ଟ କମ୍ପ୍ୟୁଟରରେ ବି ଏହି ସମସ୍ୟା ଉପୁଜିଥାଏ ।

ଏହି ସମସ୍ୟାର ସମାଧାନ ଲାଗି ଅଧିକ ଟ୍ୟାବକୁ ବନ୍ଦ କରିଦିଅନ୍ତୁ । କିନ୍ତୁ ଏହା କରିବା ସବୁ ସମୟରେ ସମ୍ଭବ ହୋଇ ନ ଥାଏ । କାରଣ ଅନ୍ୟ ଟ୍ୟାବ ବି ଜରୁରୀ ହୋଇଥାଏ । ଏହି ସ୍ଥିତିରେ ମେମୋରୀ ସେଭର ଫିଚର କାମରେ ଆସିଥାଏ । ଏହି ଫିଚର ଓପନ୍ ଟ୍ୟାବସ୍‌କୁ ନିଷ୍କ୍ରିୟ କରିଦେଇଥାଏ । ଏହି ଟ୍ୟାବସରୁ ବଞ୍ଚୁଥିବା ମେମୋରୀ ବାକି ଟ୍ୟାବ ଓ ସିଷ୍ଟମକୁ ସ୍ପିଡ୍ କରିବାରେ ସାହାଯ୍ୟ କରିଥାଏ । ସବୁଠାରୁ ବଡ କଥା ହେଉଛି ଏହାପରେ ବି ଆପଣ କୌଣସି ଟ୍ୟାବରେ କ୍ଲିକ୍ କଲେ ଏହାକୁ ସକ୍ରିୟ ପାଇବେ ଯେପରିକି କିଛି ବି ହୋଇ ନାହିଁ । ତେବେ ଏହି ଫିଚର ମୋବାଇଲ ଆପ୍‌ରେ ନ ଥାଏ ।
କ୍ରୋମ୍‌ରେ କିପରି ଅନ୍ କରିବେ ମେମୋରୀ ସେଭର୍‌:
-ପ୍ରଥମେ କ୍ରୋମର ସେଟିଂ ଓପନ କରନ୍ତୁ ।
– ସେଟିଂ ବାମପଟରେ ଆପଣଙ୍କୁ ପରଫର୍ମାନ୍ସ ଅପ୍ସନ ଦେଖାଯିବ ।
-ପରଫର୍ମାନ୍ସରେ କ୍ଲିକ୍ କରିବା ମାତ୍ରେ ମେମୋରୀ ସେଭର ଆପଣଙ୍କୁ ଡାହାଣ ପଟେ ନଜର ଆସିବ ।
-ଏହି ମେମୋରୀ ସେଭର ଟଗଲକୁ ଅନ୍ କରିବାକୁ ହେବ ।

Get real time updates directly on you device, subscribe now.