fbpx
BJD
BJD SKY
BJD SKY

ପାଠ ପଢ଼ାରେ ମନ ଦେଉନାହାଁନ୍ତି କି ପିଲା ? ତେବେ ଆପଣାନ୍ତୁ ଏହି ଉପାୟ

ଏକାଠି ଗ୍ରୁପ୍‌ ହୋଇ ବସି ପାଠ ପଢ଼ିବା ପିଲାଙ୍କ ପାଇଁ ବହୁତ ଭଲ। ସେମାନଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ବୃଦ୍ଧି ପାଇଥାଏ। ଏକୁଟିଆ ପଢ଼ିବା ବଦଳରେ ସାଙ୍ଗମାନଙ୍କ ସହ ଏବଂ ଘରେ ଭାଇଭଉଣୀଙ୍କ ସହ ପାଠ ପଢ଼ିବା ପିଲାଙ୍କ ପାଇଁ ବହୁତ ଭଲ।

ଯଦି ଏକାଠି ପଢ଼ନ୍ତି ତେବେ ସେମାନେ ନିଜ ଟାର୍ଗେଟରେ ଅଧିକ ଫୋକସ୍‌ କରିପାରନ୍ତି। କାରଣ ସେମାନଙ୍କ ଉପରେ ଆପେ ଆପେ ଏକ ମାନସିକତା ସୃଷ୍ଟି ହୁଏ କି ଅନ୍ୟମାନଙ୍କ ତୁଳନାରେ ସେମାନେ ଯେପରି ସବୁଥିରେ ଭଲ କରିପାରିବେ। ବିଶେଷକରି ସ୍କୁଲ ପିଲାଙ୍କ କ୍ଷେତ୍ରରେ ଏହି ଭାବନା ରହିଥାଏ ତେଣୁ ସେମାନଙ୍କୁ ଗ୍ରୁପ୍‌ରେ ପଢ଼ାଇବା ପାଇଁ ସୁଯୋଗ ଦେବା ଦରକାର।

ପଢ଼ିଲେ ପିଲାଙ୍କ ମଧ୍ୟରେ ଏକ ମଜାଦାୟକ ପରିବେଶ ସୃଷ୍ଟି ହୁଏ। ମଝିରେ ମଝିରେ ସେମାନେ ପରସ୍ପର ସହିତ ଖୁସିମଜା କରି କଥା ହୋଇ ମନକୁ ଫ୍ରେଶ୍‌ କରିଥାନ୍ତି। ଏହା ସହିତ ଯେଉଁମାନେ ପାଠ ନ ପଢ଼ି ଅନ୍ୟ କିଛି କାମ କରୁଥାନ୍ତି ସେମାନଙ୍କୁ ବି ଜଗିବାକୁ ପଡ଼େନି। ସେମାନେ ପରସ୍ପର ପ୍ରତି ଏ କ୍ଷେତ୍ରରେ ଦୃଷ୍ଟି ରଖିଥାନ୍ତି।

ଭୟ କିମ୍ବା ଅନ୍ୟ କେଉଁ କାରଣରୁ ପିଲାମାନେ କ୍ଲାସ୍‌ରେ ନିଜର ସନ୍ଦେହ ସମ୍ପର୍କରେ ପଚାରିପାରି ନ ଥାନ୍ତି। କିନ୍ତୁ ଏକାଠି ପଢ଼ିବା ସମୟରେ ପରସ୍ପରକୁ ବେଶ୍‌ ସହଜରେ ପଚାରି ବୁଝିପାରନ୍ତି। ତେଣୁ ସେମାନଙ୍କର ଜ୍ଞାନ ବୃଦ୍ଧି ହୋଇଥାଏ।

ପଢ଼ିବା ସମୟରେ ବି ନିଜକୁ ବୋରିଂ ଲାଗୁଥିବା ବିଷୟ ଅନ୍ୟମାନଙ୍କ ସହାୟତାରେ ମଜା ଲାଗିପାରେ।

ପଢୁଥିବା ସମୟରେ କୌଣସି ସମସ୍ୟା ଆସିଲେ ସହାୟତା ପାଇଁ ପିଲାମାନେ ଶିକ୍ଷକ କିମ୍ବା ଅଭିଭାବକଙ୍କ ସହାୟତା ନେଇଥାନ୍ତି। ଯଦି ପାଖରେ କେହି ନ ଥାନ୍ତି ତେବେ ସେହି ପ୍ରଶ୍ନକୁ ଛାଡ଼ି ଅନ୍ୟ ବିଷୟ ପଢିବାକୁ ହୋଇଥାଏ। ମାତ୍ର ଏକାଠି ପଢ଼ିବା ସମୟରେ ପ୍ରତି ପ୍ରଶ୍ନର ଉତ୍ତର କାହା ପାଖରେ ତ ନିଶ୍ଚୟ ରହିଥାଏ।

Get real time updates directly on you device, subscribe now.