fbpx

ପରଲୋକରେ ଉଷା ଉତ୍ଥୁପଙ୍କ ପତି ଜାନୀ: ହୃଦଘାତ ଯୋଗୁଁ ହସ୍ପିଟାଲରେ ମୃତ୍ୟୁ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ପଦ୍ମଭୂଷଣ ସମ୍ମାନପ୍ରାପ୍ତ କଣ୍ଠଶିଳ୍ପୀ ଉଷା ଉତ୍ଥୁପଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ଉଷାଙ୍କ ପତି ଜାନୀ ଚାକୋ ଉତ୍ଥୁପ ଆଜି ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି । କାର୍ଡିୟକ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ରିପୋର୍ଟ ଅନୁସାରେ, କୋଲକାତାରେ ଘରେ ବସି ସେ ଟିଭି ଦେଖୁଥିଲେ । କିନ୍ତୁ ଅଚାନକ କିଛି ଅସହଜ ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ହୃଦଘାତ ଜନିତ ସମସ୍ୟା ଯୋଗୁଁ ମେଡିକାଲରେ ୭୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଉଷା ଉତ୍ଥୁପଙ୍କ ପତି ଜାନୀ ଚାକୋ ଉତ୍ଥୁପ । ତାଙ୍କ ଦେହାନ୍ତରେ ପରିବାର ସହିତ ମ୍ୟୁଜିକ ଏବଂ ସମ୍ପୂର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ରିପୋର୍ଟ ଅନୁସାରେ, ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଉଷା ଉତ୍ଥୁପଙ୍କ ଦ୍ୱିତୀୟ ପତି ଥିଲେ ଜାନୀ ଚାକୋ ଉତ୍ଥୁପ । ୧୯୬୦-୭୦ ଦଶକରେ ଅନେକ ହିଟ ଗୀତ ଦେଇଛନ୍ତି ଉଷା ଉତ୍ଥୁପ । ଏଥିପାଇଁ ତାଙ୍କୁ ଫିଲ୍ମଫେୟାରରେ ମଧ୍ୟ ସର୍ବଶ୍ରେଷ୍ଠ ଗାୟିକା ଭାବରେ ପୁରସ୍କାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.