ଭୁବନେଶ୍ବର: ଭୁବେଶ୍ବର ନିଳାଦ୍ରୀ ବିହାରଠାରେ ଅବସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲ୍ଟୀ ଉତ୍କଳ ହସ୍ପିଟାଲରେ ପ୍ରଥମ କ୍ୟାଡେଭେରିକ୍ କିଡନୀ ପ୍ରତିରୋପଣ ସଫଳତାର ସମ୍ପନ୍ନ ହୋଇଛି। ଜଣେ ମହିଳା, ବୟସ ୩୬ ଅନେକ ଦିନ ହେବ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାଇଲିସିସରେ ରହିଥିଲେ । ଚିକିତ୍ସା ପାଇଁ ଉତ୍କଳ ହସ୍ପିଟାଲର ଡ଼ା ଲଲାଟ ବରୁଣ ପାତ୍ର, ନେଫ୍ରୋଲୋଜିଷ୍ଟଙ୍କୁ ଦେଖାଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ କିଡନୀ ପ୍ରତିରୋପଣ ପାଇଁ ପ୍ରସ୍ତୁତ ହୋଇଥିଲେ । ପରିବାରରେ ଉପଯୁକ୍ତ ଅଙ୍ଗ ଦାତା ନ ମିଳିବାରୁ ସୌଭାଗ୍ୟ ବଶତଃ ପୂର୍ବରୁ ଅନୁବନ୍ଧିତ ହୋଇଥିବା ଜଣେ ମୃତ ବ୍ୟକ୍ତିଙ୍କର କିଡନୀ ଅନ୍ୟ ଏକ ହସପିଟାଲରୁ ଗ୍ରୀନ କରିଡର ମଧ୍ୟରେ ଅଣାଯାଇ ଉତ୍କଳ ହସ୍ପିଟାଲର ଏକ ବରିଷ୍ଠ ବିଶେଷଜ୍ଞ ଡାକ୍ଟର ଟିମ୍ ଡା କାଳିପ୍ରସାଦ ମିଶ୍ର , ଡା ଲଲାଟ ବରୁଣ ପାତ୍ର , ଡା ପବିତ୍ର କୁମାର ମିଶ୍ର, ଆନାସ୍ଥେସିଷ୍ଟ ଡା. ଆର.ବି ରାଜୁ, ଡା. ଜିତା ମିଶ୍ରା ମିତ୍ର ଓ ସହଯୋଗୀ କର୍ମଚାରୀ ମାନଙ୍କ ଦ୍ଵାରା 10 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସଫଳତାର ସହ ଅପରେସନ ସମ୍ପନ୍ନ ହୋଇଥିଲା ।
ଏହି ସଫଳତା ପାଇଁ ହସ୍ପିଟାଲର ଚେୟାରମ୍ୟାନ ଡା. ଆଦିତ୍ୟ ସାମିଲ, ପରିଚାଳନା ନିର୍ଦେଶକ ଡା.ପ୍ରଜ୍ଞାନ ରଞ୍ଜନ ଘଡେ଼ଇ, ଡାଇରେକ୍ଟର ମେଡ଼ିକାଲ ସର୍ଭିସେସ ଡା. ରଞ୍ଜନ କୁମାର ମହାପାତ୍ର, ସି.ଓ.ଓ ମାନବ ଏବଂ ପ୍ରମୁଖ ପ୍ରରିଚାଳନା ସଦସ୍ୟ ମାନେ ସମସ୍ତଙ୍କୁ ସାଧୁବାଦ ଦେଇଥିଲେ । ବିଶେଷ କରି କିଡନୀ ଦାନ କରିଥିବା ବ୍ୟକ୍ତିଙ୍କର ପରିବାରର ସଦସ୍ୟ ମାନଙ୍କୁ ଓ ପୋଲିସ ବିଭାଗକୁ ତାଙ୍କର ଏହି ମହତ କାର୍ଯ୍ୟରେ ସହୋଜୋଗ କରିଥିବାରୁ ।