fbpx

ଯୋଗୀ କ୍ୟାବିନେଟ ସଂପ୍ରସାରଣ: ଜିତିନ ପ୍ରସାଦଙ୍କ ସମେତ ୭ନୂଆ ମୁହଁ

Advertisement

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ନୂତନ ଭାବରେ ଗଠିତ କ୍ୟାବିନେଟରେ ପୂର୍ବତନ କଂଗ୍ରେସ ନେତା ଜିତିନ ପ୍ରସାଦଙ୍କ ସମେତ ୭ ଜଣ ନୂଆ ମୁହଁଙ୍କୁ ସାମିଲ କରାଯାଇଛି । ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଏହି ୬ ଜଣ ମନ୍ତ୍ରୀଙ୍କୁ ନିଜ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ରବିବାର ଯୋଗୀ ନିଜ କ୍ୟାବିନେଟ ସଂପ୍ରସାରଣ କରିଥିବା ବେଳେ ଜିତିନ ପ୍ରସାଦ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଏହା ବାଦ ଅନ୍ୟ ୬ ଜଣ ମନ୍ତ୍ରୀୁ ରାଷ୍ଟ୍ର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।
ଉତ୍ତର ପ୍ରଦେଶ ରାଜଭବନରେ ଏହି ୭ ନେତା ଶପଥ ଗ୍ରହଣ କରିଥିଲେ । ତୃତୀୟ ଥର ପାଇଁ ଯୋଗୀ ନିଜ କ୍ୟାବିନେଟ ସଂପ୍ରସାରଣ କରିଥିବା ବେଳେ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ସଂପ୍ରସାରଣ ସହିତ ସମସ୍ତ ଜାତିକୁ ସନ୍ତଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ଯୋଗୀ ଆଦିତ୍ୟନାଥ । ଜିତିନ ପ୍ରସାଦଙ୍କ ବ୍ୟତୀତ ପଲଟୁ ରାମ, ଛତ୍ରପାଲ ଗଙ୍ଗୱାର, ସଙ୍ଗୀତା ବଲୱନ୍ତ ବିନ୍ଦ, ଧର୍ମେନ୍ଦ୍ର ପ୍ରଜାପତି, ସଞ୍ଜୀବ କୁମାର ଗୌର ଏବଂ ଦୀନେଶ ଖାତିକ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସମୁଦାୟ ୭ ଜଣ ମନ୍ତ୍ରୀଙ୍କ ମଧ୍ୟରେ ଜଣେ ମାତ୍ର ମହିଳା ମନ୍ତ୍ରୀ ରହିଛନ୍ତି ।

Get real time updates directly on you device, subscribe now.