fbpx
BSKY
BJD YOUTH SKY
BJD MS SKY

ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ; ଶେଷ ଓଭରରେ ଜିତିଲା ସିଏସକେ

ନୂଆଦିଲ୍ଳୀ: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସକୁ ୨ ୱିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ । ୧୭୨ ରନର ପିଛା କରୁଥିବା ଚେନ୍ନାଇକୁ ଅନ୍ତିମ ୨ ଓଭରରେ ୨୬ ରନ ଆବଶ୍ୟକ ରହିଥିବା ବେଳେ ଜାଡେଜା ମାତ୍ର ୭ ବଲରୁ ୨୨ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ । ଏହି ବିଜୟ ସହିିତ ଚଳିତ ସିଜିନରେ ଅଷ୍ଟମ ବିଜୟ ସହିତ ପଏଣ୍ଟ ଟେବଲ ଶୀର୍ଷରେ ପହଞ୍ଚିଛି ଚେନ୍ନାଇ । ପ୍ରସିଦ୍ଧ କ୍ରିଷ୍ଣା ବୋଲିଂ କରୁଥିବା ୧୯ ତମ ଓଭରରେ ଜାଡେଜା ୨୨ ରନ ସଂଗ୍ରହ କରି ମ୍ୟାଚ ପଲଟାଇ ଦେଇଥିଲେ । ମାତ୍ର ୮ଟି ବଲ ଖେଳି ଜାଡେଜା ୨ଟି ଲେଖାଏଁ ଚୌକା ସହାୟତାରେ ୨୨ ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫାଫ ଡୁ ପ୍ଲେସିସ ସର୍ବାଧିକ ୪୩ ରନ ସଂଗ୍ରହ କରିଥିଲେ । ରୁତୁରାଜ ଗାଏକ୍ୱାଡ ୪୦ ଏବଂ ମୋଇନ ଅଲୀ ୩୨ ରନର ଅବଦାନ ଦେଇଥିଲେ । କେକେଆର ପକ୍ଷରୁ ସୁନୀଲ ନାରିନ ୪୧ ରନ ବ୍ୟୟରେ ୩ଟି ୱିକେଟ ନେଇଥିବା ବେଳେ ଦଳ ବିଜୟୀ ହେବାରେ ସକ୍ଷମ ହୋଇନଥିଲା ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା । ରାହୁଲ ତ୍ରିପାଠୀ ସର୍ବାଧିକ ୪୫ ରନ ସଂଗ୍ରହ କରିଥିଲେ । ନୀତିଶ ରାଣା ଅପରାଜିତ ୩୭ ରନ୍‌ କରିଥିବା ବେଳେ ଦୀନେଶ କାର୍ତ୍ତିକ ଦ୍ରୁତ ୨୬ ରନ ସଂଗ୍ରହ କରିଥିଲେ । ଚେନ୍ନାଇ ପକ୍ଷରୁ ଜୋଶ ହେଜେଲଉଡ ଏବଂ ଶାର୍ଦ୍ଦୁଲ ଠାକୁର ୨ଟି ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.