fbpx
BJD SKY
BJD SKY

କାଶୀ ବିଶ୍ୱନାଥଙ୍କୁ ବି ପଛରେ ପକାଇ ଦେଲା ବ୍ୟାସ ତହଖାନା, ଜାଣନ୍ତୁ କ’ଣ ରହିଛି ଚିତ୍ର

BJD

ବାରଣାସୀ: ଜ୍ଞାନବ୍ୟାପୀ ପରିସରରେ ଥିବା ବ୍ୟାସ ତହଖାନାରେ ୩୧ ବର୍ଷ ପରେ ପୂଜା ଅର୍ଚ୍ଚନା ଆରମ୍ଭ ହେବା ପରେ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ଏବେ ଏହାପ୍ରତି ଶ୍ରଦ୍ଧାଳୁଙ୍କ ଆକର୍ଷଣ କାଶୀ ବିଶ୍ୱନାଥ ପୀଠ ଠାରୁ ବି ଅଧିକ ରହିଛି । ମାତ୍ର ୨ ଦିନରେ ୨.୫ଲକ୍ଷରୁ ଅଧିକ ଲୋକ ତହଖାନା ଓ ସେଠାରେ ସ୍ଥାପିତ ବିଗ୍ରହଙ୍କ ଦର୍ଶନ କରିସାରିଲେଣି । ତେବେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ନିରନ୍ତର ବଢିବାରେ ଲାଗିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି କିଛିଦିନ ତଳେ ବାରଣାସୀ କୋର୍ଟ ତହଖାନାରେ ପୂଜା ଆରମ୍ଭ କରିବାକୁ ଆଦେଶ ଦେଇଥିଲେ । ଏହାର ପରବର୍ତ୍ତୀ ଦିନ ଭୋର ୩ଘଟିକା ସମୟରେ ତହଖାନା ଖୋଲାଯାଇଥିଲା ଓ ପରିଷ୍କାର ପରିଚ୍ଛନ୍ନ କରାଯିବା ପରେ ପୂଜା ଆରମ୍ଭ ହୋଇଥିଲା । ଏବେ ସେଠାରେ ଅଖଣ୍ଡ ଜ୍ୟୋତି ଜଳିବା ସହ ଶ୍ରୀରାମଚରିତ ମାନସ ପାଠ ଚାଲିଛି ।

ତେବେ ଏହି ଆଦେଶ ବିରୁଦ୍ଧରେ ଜ୍ଞାନବ୍ୟାପୀ ମସଜିଦ୍ କମିଟି ସୁପ୍ରିମକୋର୍ଟ ପହଞ୍ଚିଥିଲେ । କିନ୍ତୁ ସୁପ୍ରିମକୋର୍ଟ ସେମାନଙ୍କୁ ହାଇକୋର୍ଟ ଯିବାକୁ କହିଥିଲେ । ଏହାପରେ ସେମାନେ ଯେତେବେଳେ ହାଇକୋର୍ଟ ଯାଇଥିଲେ ସେତେବେଳେ କୋର୍ଟ ପୂଜା ଉପରେ ପ୍ରତିବନ୍ଧ ଲଗାଇବାକୁ ମନା କରିଦେଇଥିଲେ ଓ ଆଗାମୀ ଶୁଣାଣୀ ୬ ତାରିଖକୁ ରଖିଥିଲେ ।

Get real time updates directly on you device, subscribe now.