ସାର କାହିଁକି ମାରିଲେ ମୋତେ… ମିଛଟାରେ କ୍ଲାସରେ ଚାପୁଡା ମାରିଲେ, ବାଧିଲା ମୁଁ ତାଙ୍କୁ ଗୁଳି କରିଦେଲି

ଛାତ୍ରଙ୍କ ରାଗ ପଞ୍ଚମରେ ହୋଇଗଲା।

ଉତ୍ତରାଖଣ୍ଡ: ସାଧାରଣତଃ ବିଦ୍ୟାଳୟରେ ପାଠପଢ଼ିଲା ବେଳେ ଆମେ ସମସ୍ତେ ଅନେକ ମାଡ଼ ଖାଇଛୁ। ପାଠ ଆସୁନଥିଲେ କି ସ୍କୁଲରେ ଦୃଷ୍ଟାମୀ କଲେ ଆମ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ମାଡ଼ ମାରନ୍ତି।

ହେଲେ ନବମ ଶ୍ରେଣୀ ଛାତ୍ରକୁ କ୍ଲାସରେ ଚାପୁଡ଼ା ମାରିବାରୁ ଛାତ୍ରଙ୍କ ରାଗ ପଞ୍ଚମରେ ହୋଇଗଲା। ଆଉ ଛାତ୍ରଜଣଙ୍କ ଯାହା କଲେ ତାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଉତ୍ତରାଖଣ୍ଡ କାଶୀପୁରର ଏକ ପ୍ରାଇଭେଟ ସ୍କୁଲରେ ଛାତ୍ର ମାରିଦେଲ ଗୁଳି। ସେପୁଣି ଶିକ୍ଷକଙ୍କୁ। କ୍ଲାସ ଭିତରେ ଶିକ୍ଷକ ପଢ଼ାଉଥିବା ବେଳେ ସେ ଗୁଳି ମାରିଛନ୍ତି।।ଶିକ୍ଷକଙ୍କ ଡ଼ାହାଣ କାନ୍ଧ ପାଖରେ ବାଜିଛି ଗୁଳି। ଯାହା ଦ୍ୱାରା ଶିକ୍ଷକ ଗୁରୁତର ଆହାତ ହୋଇଛନ୍ତି। ତୁରନ୍ତ ଶିକ୍ଷକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଦୁଇ ଦିନ ତଳେ କ୍ଲାସରେ ଛାତ୍ରଙ୍କୁ ଶିକ୍ଷକ ଏକ ପ୍ରଶ୍ନ ପଚାରିଥିଲେ ଛାତ୍ର ଜଣଙ୍କୁ ଶିକ୍ଷକ ରାଗିବା ସହ ଚାପୁଡ଼ା ମାରିଥିଲେ। ଯାହାର ପ୍ରତିଶୋଧ ନେବାକୁ ଛାତ୍ର ଲଞ୍ଚ ବକ୍ସରେ ନେଇଥିଲେ ବନ୍ଧୁକ।

କୁଣ୍ଡେଶ୍ୱର ରୋଡ଼ ସ୍ଥିତ ଶ୍ରୀ ଗୁରୁନାନକ ସିନିଅର ସେକେଣ୍ଡରୀ ସ୍କୁଲରେ ବୁଧବାର ଗଗନଦୀପ ସିଂହ ସକାଳ ୯ଟା ୪୫ ସମୟରେ ବିଜ୍ଞାନ କ୍ଲାସ ନେବାକୁ ପହଞ୍ଚିଥିଲେ। ସରିବା ପରେ କ୍ଲାସ ରୁମରୁ ବାହାରିବା ବେଳେ ସେହି ସମୟରେ ପଛପଟୁ ଏକ ଛାତ୍ର ଶିକ୍ଷକଙ୍କୁ ଗୁଳି କରିଥିଲା।

ଲଞ୍ଚ ବକ୍ସରୁ ବନ୍ଧୁକ କାଢ଼ି ଶିକ୍ଷକଙ୍କୁ ଗୁଳି କରିଥିଲା ଛାତ୍ର। ଗୁଳି କରିବା ପରେ ଖସି ଯିବାକୁ ଚେଷ୍ଟା କରୁଥିଲା ଛାତ୍ର। ଏହି ସମୟରେ ଶିକ୍ଷକ ଛାତ୍ରକୁ ଧରି ଦେଇଥିଲେ।
ତୁରନ୍ତ ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲାରେ ଭର୍ତ୍ତି କରାଯାଇଥିଲା।

ନବମ ଶ୍ରେଣୀ ଛାତ୍ର ନାଁରେ ଶିକ୍ଷକଙ୍କ ପରିବାର ପକ୍ଷରୁ ଅଭିଯୋଗ ମଧ୍ୟ କରିଛନ୍ତି। ୩ ଘଣ୍ଟା ଅପରେସନ ପରେ ଶିକ୍ଷକଙ୍କ କାନ୍ଧରୁ ଗୁଳି ବାହାରିଥିଲା। ୭୨ ଘଣ୍ଟା ପରେ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ଜଣାପଡ଼ିବ।

ଛାତ୍ର ପୋଲିସ ପାଖରେ ଶିକ୍ଷକଙ୍କ ନାଁରେ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ଫିଜିକ୍ସ କ୍ଲାସ ସମୟରେ ତାଙ୍କଚୁ ପ୍ରଶ୍ନ ପଚାରି ଥିଲେ। ଉତ୍ତର ମଧ୍ୟ ସେ ସଠିକ୍ ଦେଇଥିଲେ କିନ୍ତୁ ତାଙ୍କୁ ଶିକ୍ଷକ ଚାପୁଡ଼ା ମାରିଥିଲେ।

ଯାହା ପରେ ଲଞ୍ଚ ଟାଇମ ସମୟରେ ସେ ଶିକ୍ଷକଙ୍କୁ ଗୁଳି କରିଥିବା ସ୍ୱିକାର କରିଛି। ପୋଲିସ ଛାତ୍ରଙ୍କୁ ପଚରାଥିଲା ବନ୍ଧୁକ କେଉଁଠୁ ପାଇଲ, ଛାତ୍ର ଜଣଙ୍କ କହିଥିଲେ ଘର ଆଲମାରିରେ ବନ୍ଧୁକ ଥିଲା ଲଞ୍ଚ ବକ୍ସରେ ରଖି ସ୍କୁଲ ନେଇ ଯାଇଥିଲି।