fbpx
BJD SKY
BJD SKY

ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା, ଟନେଲ ଭିତରେ ଭୂସ୍ଖଳନ: ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ

BJD

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଟନେଲରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ଟନେଲରେ ଭୂସ୍ଖଳନ ହେତୁ ଏହା ଘଟିଛି । ଯମୁନୋତ୍ରି ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ଅଧୀନରେ ସିଲ୍କିରା ଠାରୁ ଡାଣ୍ଡାଲଗାଓଁ ପର୍ଯ୍ୟନ୍ତ ଏକ ଟନେଲ ମଧ୍ୟ ନିର୍ମାଣ କରାଯାଉଛି । ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଶ୍ରମିକମାନଙ୍କୁ ଟନେଲରୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି ।

ଏଡିଜି ଏପି ଅଂଶୁମାନ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ଖବର ସାମ୍ନାକୁ ଆସିନାହିଁ । ଏସଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଦଳ ପୋଲିସ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟନେଲ ଭିତରେ ଫସିଥିବା ଲୋକଙ୍କୁ ବାହାର କରିବାକୁ ପ୍ରୟାସ ଜାରି ରହିଛି ।

 

Get real time updates directly on you device, subscribe now.