fbpx

News across the Earth, news close to your heart, Read Odisha Bhaskar English

ଲଜ୍ୟାଜନକ! ୪ ବର୍ଷର ଶିଶୁ ସହ ଦୁଷ୍କର୍ମ କଲା ସବ୍-ଇନିସ୍ପେକ୍ଟର, ଅଭିଯୁକ୍ତଙ୍କୁ ପିଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ନୂଆଦିଲ୍ଲୀ: ଦେଶରେ ଲୋକମାନଙ୍କ ସୁରକ୍ଷା ଦିଏ ପୋଲିସ । ହେଲେ ପୋଲିସ ଯଦି ଦୁଷ୍କର୍ମ କରିବ ତେବେ ଲୋକେ ଭରଷା କରିବେ କାହାକୁ । ଆଜ୍ଞା ହଁ ଏପରି ଏକ ଘଟଣା ରାଜସ୍ଥାନର ଏକ ୪ ବର୍ଷର ଝିଅକୁ ପୋଲିସ ବିଭାଗର ସବ-ଇନିସ୍ପେକ୍ଟର ରେପ କରିଛି । ଏନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସେହି ଅଭିଯୁକ୍ତ ପୋଲିସକୁ ପିଟାପିଟି କରିଛନ୍ତି ।

ସୂଚନା ଅନୁଯାୟୀ, ଏହି ଘଟଣାଟି ରାଜସ୍ଥାନର ଦୌଷାର ଅଟେ । ଅଭିଯୁକ୍ତ ଜଣକ ଭୂପେନ୍ଦ୍ର ସିଂହ ରୂପେ ପରିଚିତ ହୋଇଛି । ତଦନ୍ତରୁ ଜଣାପଡିଛି ଯେ, ଦ୍ୱିପ୍ରହରରେ ଜଣେ ୪ ବର୍ଷର ଝିଅକୁ ଫୁସୁଲାଇ ତାଙ୍କ ରୁମକୁ ଡାକିଥିଲେ । ଏହାପରେ ସେ ଝିଅ ସହ ଦୁଷ୍କର୍ମ କରିଥିଲା । ଘଟଣାର ସୂଚନା ମିଳିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ତାଙ୍କୁ ଜେରା କରାଯାଉଛି ।

ଏଏସପି ସିଂ କହିଛନ୍ତି ଯେ, ନିକଟରେ ରହୁଥିବା ପରିବାରର ଅଭିଯୋଗକୁ ଭିତ୍ତି କରି ରାହୁବା ପୋଲିସ ଷ୍ଟେସନରେ ଭୁପେନ୍ଦ୍ର ନାମକ ଜଣେ ଏସଆଇଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୀଡିତାଙ୍କ ପରିବାର ଅଭିଯୁକ୍ତ ସବ-ଇନ୍ସପେକ୍ଟରଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯାଉଛି। ଯେତେବେଳେ ସେ ଦୁଷ୍କର୍ମ କରିଥିଲେ ସେତେବେଳେ ଅଭିଯୁକ୍ତ ନିର୍ବାଚନ ଡ୍ୟୁଟିରେ ଥିଲେ। ପୋଲିସ ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ପୋଲିସ ଷ୍ଟେସନକୁ ଘେରି ରହିଥିଲେ ଏବଂ ପୋଲିସ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ। ଏହି ଘଟଣା ପରେ ଗ୍ରାମବାସୀ ପୋଲିସ ଷ୍ଟେସନ ବାହାରେ ଏକ ବିରାଟ ବିରୋଧ ପ୍ରଦର୍ଶନ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ଗ୍ରାମବାସୀ ମଧ୍ୟ ଅଭିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ମାଡ଼ ମାରିଥିଲେ।

 

Get real time updates directly on you device, subscribe now.