fbpx
BSKY
BJD SHG SKY
BJD YOUTH SKY

ଚିଲିକା ମଝିରେ ଖରାପ ହୋଇଗଲା ଯାତ୍ରୀବାହୀ ଡଙ୍ଗା, ଫସି ରହିଛନ୍ତି ୩୦ରୁ ଅଧିକ ଯାତ୍ରୀ

ଭୁବନେଶ୍ୱର: ବାରମ୍ବାର ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଖରାପ ହେଉଥିବାର ଖବର ସାମ୍ନାକୁ ଆସୁଛି । ଆଜି ସକାଳୁ ସକାଳୁ ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି । କୃଷ୍ଣପ୍ରସାଦ ଅଞ୍ଚଳରେ ଚିଲିକା ମଝିରେ ଡଙ୍ଗା ଫସିଯିବାରୁ ୩୦ ଯାତ୍ରୀ ଫସି ରହିଛନ୍ତି । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଯାତ୍ରୀବାହୀ ଡଙ୍ଗାଟି ଫସିଯାଇଥିବା କୁହାଯାଉଛି ।

ଡଙ୍ଗାଟି ମଏଁସା ଗାଁ ନିକଟରେ ଫସି ରହିଛି । ଡଙ୍ଗାରେ ୩୦ ରୁ ଅଧିକ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ଥିବା ଜଣାଯାଇଛି । ସାତପଡାରୁ ଜହ୍ନିକୁଦ ଅଭିମୁଖେ ଏହି ଯାତ୍ରୀବାହୀ ଡଙ୍ଗାଟି ବାହାରିଥିବା ବେଳେ ଏପରି ଅବସ୍ଥା ଉପୁଜିଛି ।

Get real time updates directly on you device, subscribe now.