fbpx

ହୋଟେଲ ରୁମ୍‌ ଭିତରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର, ପୋଲିସର ଛାନ୍‌ଭିନ୍‌ ଆରମ୍ଭ

ଓଡ଼ିଶା ଭାସ୍କର: ହୋଟେଲ ରୁମ୍‌ ଭିତରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର। ଉଜ୍ୱେକିସ୍ତାନର ଜଣେ ୩୭ ବର୍ଷୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏଭଳି ଏକ ଘଟଣା ବେଙ୍ଗାଲୁରୁର ଏକ ହୋଟେଲ ରୁମରେ ଘଟିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ହେଲେ ଉଜ୍ୱେକିସ୍ତାନର ଜରିନ। ସେ ମାର୍ଚ୍ଚ ୫ ତାରିଖରେ ବେଙ୍ଗାଲୁରୁ ଆସିଥିଲେ। ଏବଂ ବେଙ୍ଗାଲୁର ଶେଷାଦ୍ରିପୁରମ ଅଞ୍ଚଳରେ ଥିବା ଏକ ହୋଟେଲରେ ରହିଥିଲେ। ତେବେ ବୁଧବାର ଅପରାହ୍ନ ୪.୩୦ ସମୟରେ ଯେତେବେଳେ ହୋଟେଲ କର୍ମଚାରୀ ତାଙ୍କ ରୁମ୍‌ କବାଟ ବାଡେଇ ଥିଲେ ସେତେବେଳେ ସେ କିଛି ଉତ୍ତର ଦେଇନଥିଲେ। ତେଣୁ ହୋଟେଲ କତୃପକ୍ଷ ରୁମ୍‌ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ। ଶେଷରେ ମାଷ୍ଟର ଚାବି ଆଣି ଉକ୍ତ କବାଟକୁ ଖୋଲି ରୁମ୍‌ ଭିତରକୁ ହୋଟେଲ କର୍ମଚାରୀ ପଶିଥିଲେ। ଏବଂ ଜରିନଙ୍କୁ ଖଟ ଉପରେ ମୃତ ଅବସ୍ଥାରେ ଦେଖିବାକୁ ପାଇଇଥିଲେ। ଏହାପରେ ହୋଟେଲ କତୃପକ୍ଷ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ ହୋଟେଲ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ଜରିନ୍‌ ହୋଟଲ ରୁମ୍‌ରେ ଏକା ଥିବା ବେଳେ ଏହାର ଫାଇଦା ନେଇ କେହି ତାଙ୍କ ଗଳା ଚିପି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ହେଲେ ତାଙ୍କ ମୃତ୍ୟୁ କିଭଳି ହେଲା ଓ ତାଙ୍କୁ କିଏ ହତ୍ୟା କଲା ସେନେଇ ପୋଲିସ ଛାନଭିନ ଜାରି ରଖିଛି। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସିସିଟିଭି ଫୁଟେଜ୍‌ ଓ ହୋଟେଲ ରେଜିଷ୍ଟ୍ରାରକୁ ମଧ୍ୟ ଯାଞ୍ଚ କରିବା ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 

Get real time updates directly on you device, subscribe now.