fbpx
BJD SKY
BJD SKY

ଏଣିକି ଯୁକ୍ତ ୩ ଛାତ୍ରୀଙ୍କୁ ଦିଆଯିବ ଆରବିକ୍ ତାଲିମ, ଆତ୍ମରକ୍ଷା କୌଶଳରେ ହେବେ ପାରଙ୍ଗମ

BJD

ଭୁବନେଶ୍ୱର: ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଆରବିକ୍ ତାଲିମ ଦିଆଯିବ । ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳକୁ ଦୃଢ କରିବା ଲାଗି ଏଭଳି ବ୍ୟବସ୍ଥା ଯୋଡାଯାଇଛି । ଏଥିସହ ଛାତ୍ରୀମାନଙ୍କୁ ମାନସିକ ସ୍ତରରେ ମଧ୍ୟ ଦକ୍ଷ କରାଯିବ ।

ସୂଚନାନୁସାରେ, ଆରବିକ ତାଲିମରେ ମାଇଣ୍ଡ ଟୁ ମସଲ୍‌, ମସଲ୍ ଟି ମାଇଣ୍ଡ, ଏନୋରବିକ୍‌, ଫ୍ଲେକ୍ସବିଲିଟି ଏବଂ ସେଲ୍ଫ ଡିଫେନ୍ସ ସ୍କିଲ ତାଲିମ ଦିଆଯିବ । ଏଥିସହ ପୁସଅପ୍ସ. ସ୍ୱାଟସ୍‌, ଲେଗ କଲର୍ସ, ଲେଗ ଏକ୍ସଟେନ୍ସନ୍‌, ଚେଷ୍ଟ ପ୍ରେସ୍‌, ଥ୍ରି-ୱେ ସୋଲଡର ଷ୍ଟ୍ରେଚ ଭଳି ବିଷୟରେ ମଧ୍ୟ ଛାତ୍ରୀମାନଙ୍କୁ ଶିକ୍ଷା ଦିଆଯିବ ।

ତେବେ ଆତ୍ମରକ୍ଷା କୌଶଳକୁ ତାଲିମକୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ କରିବାକୁ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୯୫ଟି କଲେଜରେ ଆତ୍ମରକ୍ଷା କୌଶଳ କ୍ଲବ ଗଠନ କରାଯିବା ସହ ସେହି କଲେଜଗୁଡିକୁ କ୍ଲବ ବାବଦରେ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ । ଏହି ଟଙ୍କାକୁ ସେହି କଲେଜରେ ଲାଇଟ୍‌, ସାଉଣ୍ଡ, ପ୍ରଶିକ୍ଷଣ ସ୍ଥାନ ବାବଦରେ ଅତିବେଶିରେ ୨୦ ପ୍ରତିଶତ ଖର୍ଚ୍ଚ କରିବାକୁ ଥିବା ବେଳେ ମାଷ୍ଟର ଟ୍ରେନରଙ୍କ ପାଇଁ ୨୦ ପ୍ରତିଶତ, ଛାତ୍ରୀଙ୍କ ଶକ୍ତିବର୍ଦ୍ଧନ ପାନୀୟ ଓ ଫଳ ପାଇଁ ୨୦ ପ୍ରତିଶତ, କ୍ଲବର ଆନୁସଙ୍ଗିକ ସାମଗ୍ରୀ ଓ ମ୍ୟାଟ୍ ବାବଦରେ ଅତିବେଶୀରେ ୩୦ ପ୍ରତିଶତ, ଫାଷ୍ଟଏଡ୍‌, ଡକ୍ୟୁମେଣ୍ଟେସନ, ରିପୋର୍ଟ ପ୍ରସ୍ତୁତ ପରି କାର୍ଯ୍ୟ ପାଇଁ ୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯାଇପାରିବ ।

Get real time updates directly on you device, subscribe now.