fbpx

ଗରମରୁ ମିଳିବ ଆଶ୍ୱସ୍ତି, ଓଡ଼ିଶା ସହିତ ଏହିସବୁ ରାଜ୍ୟରେ ବର୍ଷା ସହ ଝଡପବନକୁ ନେଇ ଆଇଏମ୍‌ଡିର ସୂଚନା

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ପାଗକୁ ନେଇ ଆଶ୍ୱସ୍ତିଜନକ ସୂଚନା ଦେଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ପୂର୍ବ ଓ ମଧ୍ୟଭାରତର କିଛି ରାଜ୍ୟରେ ୧୬ରୁ ୧୮ମାର୍ଚ୍ଚ ୩ ଦିନ ପର୍ଯ୍ୟନ୍ତ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ ।

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସହିତ ଜାମ୍ମୁ କାଶ୍ମୀର, ଲଦାଖ, ଅରୁଣାଚଳପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଚଣ୍ଡୀଗଡ, ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ ସହିତ ବିଭିନ୍ନ ରାଜ୍ୟରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ମିଳିଛି ।

ତେବେ ପାଣିପାଗ ବିଭାଗ ଓଡ଼ିଶା, ଝାରଖଣ୍ଡରେ ୧୪ରୁ ୨୦ ମାର୍ଚ୍ଚ, ବିଦର୍ଭ, ଛତିଶଗଡ, ପୂର୍ବ ମଧ୍ୟପ୍ରଦେଶରେ ୧୬ରୁ ୨୦ ମାର୍ଚ୍ଚ ମଧ୍ୟରେ ବର୍ଷା ଓ ଝଡ ପବନ ହେବା ନେଇ ଚେତାବନୀ ଜାରି କରିଛି । ସେହିପରି ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡରେ ୧୭ରୁ ୧୮ ମାର୍ଚ୍ଚରେ ପ୍ରବଳ ବର୍ଷା ହେବା ସହିତ ବରଫ ଖଣ୍ଡ ଖସିବ । ପଶ୍ଚିମବଙ୍ଗ ଓ ସିକିମରେ ବି ୧୫ ଓ ୧୬ରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଉତ୍ତର ପଶ୍ଚିମ ଭାରତରେ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଚେତାବନୀ କରିଛି । ୩ ଦିନ ପରେ ଉତ୍ତର ପଶ୍ଚିମ ଭାରତର ଅଧିକାଂଶ ରାଜ୍ୟରେ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଅନ୍ୟପକ୍ଷରେ ଓଡ଼ିଶାରେ ଆଗାମୀ ୫ ଦିନ ତାପମାତ୍ରାରେ ୨ରୁ ୩ଡିଗ୍ରୀ ସେଲସିୟସ ହ୍ରାସ ପରିଲକ୍ଷିତ ହେବ ।

Get real time updates directly on you device, subscribe now.