fbpx
BSKY SKY
BSKY SKY

ରଣଜୀ ଟ୍ରଫି ୨୦୨୪ ଚାମ୍ପିୟନ ହେଲା ମୁମ୍ବାଇ: ୧୬୯ ରନରେ ପରାସ୍ତ ହେଲା ବିଦର୍ଭ

BJD

ନୂଆଦିଲ୍ଲୀ: ଦୀର୍ଘ ଆଠ ବର୍ଷର ପ୍ରତୀକ୍ଷା ପରେ ରଣଜୀ ଟ୍ରଫି ୨୦୨୪ରେ ଚାମ୍ପିୟନ ହୋଇଛି ମୁମ୍ବାଇ । ଫାଇନାଲରେ ବିଦର୍ଭକୁ ୧୬୯ ରନରେ ପରାସ୍ତ କରି ମୁମ୍ବାଇ ପ୍ରଥମ ଶ୍ରେଣୀ କ୍ରିକେଟରେ ତା’ର ୪୨ତମ ଟାଇଟଲ ହାତେଇଛି । ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଶେଷ ଥର ପାଇଁ ଗତ ୨୦୧୫-୧୬ ସଂସ୍କରଣରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ମୁମ୍ବାଇ ଏଥର ରଣଜୀ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି ।

ପ୍ରଥମ ଇନିଂସରେ ମୁମ୍ବାଇ ୨୨୪ ରନ୍ ସଂଗ୍ରହ କରିଥିବା ବେଳେ ବିଦର୍ଭ ୧୦୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଦ୍ୱିତୀୟ ଇନିଂସରେ ମୁମ୍ବାଇ ୪୧୮ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ମୁଶେର ଖାନ (୧୩୬) ଓ ଶ୍ରେୟସ ଆୟର (୯୫) ବଳରେ ଦଳ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା । ବିଦର୍ଭ ପକ୍ଷରୁ ହର୍ଶ ଦୁବେ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ୫୩୮ ରନର ବିଜୟ ଲକ୍ଷକୁ ପିଛା କରିବାକୁ ଯାଇ ବିଦର୍ଭ ୩୬୮ ରନରେ ଅଟକି ଯାଇଥିଲା । ଦଳ ପକ୍ଷରୁ ଅଧିନାୟକ ଅକ୍ଷୟ ୱାଦକର ୧୦୨ ରନ୍ ସଂଗ୍ରହ କରିଥିଲେ ହେଁ ତାହା ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇନଥିଲା । ମୁମ୍ବାଇ ପକ୍ଷରୁ ତନୁଶ କୋଟିଆନ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ବିଜୟୀ ଦଳକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଭିନନ୍ଦନ ଜଣାଇବା ସହ ସୋସିଆଲ ମିଡ଼ିଆ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

Get real time updates directly on you device, subscribe now.