fbpx

ଦଶମ ଓ ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଆସିଗଲା ବଡ଼ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନ କରିବାର ଅନ୍ତିମ ତାରିଖ

ଦେଶରେ କରୋନା ଜାରି ରହିଥିବାରୁ ବିଗତ ଏକବର୍ଷ ଧରି ନିଯୁକ୍ତି କ୍ଷେତ୍ର ମାନ୍ଦା ହୋଇ ରହିଛି । ଫଳରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବେକାର ହୋଇ ଘରେ ବସି ରହିଛନ୍ତି । ତେବେ ବର୍ତ୍ତମାନ ଦଶମ ଓ ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଆସିଯାଇଛି । ଛାତ୍ରଛାତ୍ରୀ ଏହି ସୁଯୋଗକୁ ହାତଛଡ଼ା କରିବା ଅନୁଚିତ ।

– ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଣ-ଶିକ୍ଷାଦାନ କ୍ଷେତ୍ରରେ ୧୧୪୫ଟି ପଦ ଖାଲି ରହିଛି । ଏହିସବୁ ପୋଷ୍ଟ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ଆସନ୍ତା ୨୮ ତାରିଖ ରହିଛି ।

– ବ୍ୟାଙ୍କ ଅଫ୍ ବରୋଦାରେ ମ୍ୟାନେଜର ଓ ପ୍ରଡକ୍ଟ ହେଡ୍ ଆଦି ପୋଷ୍ଟରେ ୫୧୧ ଜଣ ନିଯୁକ୍ତି ପାଇବେ । ଏହି ପଦ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ରହିଛି ଆସନ୍ତା ୨୯ ତାରିଖ ।

– ଭାରତୀୟ ବାୟୁସେନାରେ ୧୫୨୪ଟି ଖାଲି ପଦ ପାଇଁ ନିଯୁକ୍ତି ବାହାରିଛି । ଷ୍ଟେନୋ, କୁକ, ହାଉସ କିପିଂ, ଏଲଡିସି, କାର୍ପେଣ୍ଟର ଆଦି ପୋଷ୍ଟରେ ନିଯୁକ୍ତି ଦିଆଯିବ । ଆସନ୍ତା ମେ ମାସ ୩ ହେଉଛି ଆବେଦନ କରିବାର ଅନ୍ତିମ ତାରିଖ ।

– ରେଳବାଇ ପକ୍ଷରୁ ୧୦ମ ପାସ ଛାତ୍ରଛାତ୍ରୀଙ୍କ ପାଇଁ ୪୮୦ଟି ପୋଷ୍ଟ ବିଜ୍ଞାପନ ବାହାରିଛି । ବିଭିନ୍ନ ଟ୍ରେଡରେ ଆପ୍ରେଣ୍ଟିସ ପଦ ପାଇଁ ନିଯୁକ୍ତି ଦିଆଯିବ । ଆବେଦନ କରିବାର ଶେଷ ତାରିଖ ହେଛି ୧୬ ଏପ୍ରିଲ ।

– ରାଇଫଲ ଫ୍ୟାକ୍ଟ୍ରିରେ ମୋଟ ୫୩ଟି ପଦ ଖାଲି ଅଛି । ଟେକନିସିଆନ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପାଇଁ ଡିପ୍ଲୋମା ଓ ଆଇଟିଆଇ ପ୍ରାର୍ଥୀ ଆବେଦନ କରିପାରିବେ । ଅନ୍ତିମ ତାରିଖ ହେଉଛି ୩୦ ଏପ୍ରିଲ ।

Get real time updates directly on you device, subscribe now.