fbpx

୧୫ ଶହ ଟିକା କେନ୍ଦ୍ରରୁ ୨୫୬ଟି କେନ୍ଦ୍ରରେ ଚାଲିଛି ଟିକାକରଣ : ବିଜୟ ପ୍ରାଣିଗ୍ରାହୀଙ୍କ ସୂଚନା

ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ । ଟିକାର ଅଭାବ ଥିବାରୁ ୧୫ଶହ ଟିକା କେନ୍ଦ୍ରରୁ ମାତ୍ର ୨୫୬ ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପ୍ରାଣିଗ୍ରାହୀ । ତେବେ ବର୍ତ୍ତମାନ ରାଜ୍ୟରେ ମୋଟ ୪୬ ହଜାର ୨ଶହଟି କୋଭିସିଲ୍ଡ ଟିକା ଥିବା ବେଳେ କୋଭାକ୍ସିନ୍ ଟିକା ୩ ଲକ୍ଷରୁ ଅଧିକ ରହିଛି । ଆସନ୍ତା ୨ ଦିନ ମଧ୍ୟରେ ଟିକା ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାର ଆହୁରି ଅଧିକ ୨୫ ଲକ୍ଷ ଟିକା ପାଇଁ ଅର୍ଡର କରିଛନ୍ତି। ଯଦି ଟିକା ଠିକ୍ ସମୟରେ ପହଞ୍ଚେ ତେବେ ପୁଣି ସବୁ କେନ୍ଦ୍ରରେ ଟିକାକରଣ ବ୍ୟାପକ କରାଯିବ । ସେପଟେ ଆଜି ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ପ୍ରକ୍ରିୟ ଚାଲୁ ରହିଛି । ସେହିପରେ ଗ୍ରାମାଞ୍ଚଳରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଟିକା ଦିଆଯାଉଛି ।

Get real time updates directly on you device, subscribe now.