fbpx

ବଦଳିଲା ଟିକାକରଣ ସମୟ

ଭୁବନେଶ୍ୱର,5/4 : ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରାଜ୍ୟରେ ଟିକାକରଣ ସମୟରେ ପରିବର୍ତନ ହୋଇଛି । ଏଣିକି ଦିନ ୮ଟାରୁ ୧୨ଟା ଓ ୩ଟାରୁ ସଂଧ୍ୟା ୬ଟା ଯାଏ ଦିଆଯିବ କରୋନା ଟିକା । ସବୁ ଜିଲ୍ଲାପାଳ, କମିସନର ଓ ସିଡିଏମଓ ଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆ ଯାଇଛି ।ସବୁ ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷାଳୟ ଓ ପିଇବା ପାଣି ବ୍ୟବସ୍ଥା କରାଯିବ । ସବୁଠି କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଦୈନିକ ଟିକାକରଣର ରିପୋର୍ଟ ସଂଧ୍ୟା ୬ଟା ୩୦ ସୁଦ୍ଧା ଦେବାକୁ ନିର୍ଦେଶ ଦେଲେ ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର ।

Get real time updates directly on you device, subscribe now.