fbpx

ଖୁସି ଖବର: କରୋନା ସହ ଲଢେଇ କରିବାର ଟୀକା ପ୍ରସ୍ତୁତ

କରୋନା ଭାଇରସ୍ ଟୀକାକୁ ନେଇ ସାରା ବିଶ୍ୱରେ ରିସର୍ଚ୍ଚ ଚାଲିଛି । ଏହାରି ମଧ୍ୟରେ କରୋନା ଭାଇରସକର ମୁକାବିଲା କରିବା ପାଇଁ ଟୀକାର ପ୍ରସ୍ତୁତ ହୋଇଛି ବୋଲି ଆମେରିକାର ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି ଟୀକା ମାଧ୍ୟମରେ କରୋନା ଭାଇରସ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସେମାନେ କହିଛନ୍ତି ।

ୟୁନିଭରସିଟି ଅଫ୍ ପିଟ୍ସବର୍ଗ ସ୍କୁଲ ଅଫ୍ ମେଡିସିନର ବୈଜ୍ଞାନିକଙ୍କ କହିବା ମୁତାବକ, ସେମାନେ ଅନ୍ୟ ଦେଶ ଅପେକ୍ଷା କୋଭିଡ୍-୧୯ କରୋନା ଭାଇରସ ଟୀକା ବିକଶିତ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଦ୍ରିଆ ଗମ୍ବୋଟ କହିଛନ୍ତି ଯେ, କରୋନା ଭାଇରସକୁ କିପରି ମାରିବୁ ତାହା ତାହା ଆମେ ଜାଣିପାରିଛୁ । ତାକୁ କିପରି ପରାସ୍ତ କରିହେବ ଜାଣିବାକୁ ମୂଷା ଉପରେ ଆମେ ଟୀକା ଦେଇ ଟେଷ୍ଟ କଲୁ । ଟେଷ୍ଟର ଫଳାଫଳ ପଜେଟିଭ୍ ଥିଲା । ଏହି ଟୀକାର ନାମ ପିଟଗୋଭାକ ରଖିଛୁ । ଏହି ଟୀକା କାରଣରୁ ମୂଷା ଣୀରରେ ଏପରି ଆଣ୍ଟିବଡି ଉତ୍ପନ ହୋଇଛି, ଯାହା କରୋନା ଭାଇରସକୁ ରୋକିବାରେ ବେଶ ପ୍ରଭାବଶାଳୀ ହେବ । ଖୁବଶୀଘ୍ର ଆମେ ଏହାକୁ ମଣିଷ ଉପରେ ପରୀକ୍ଷା କରିବୁ ।’

Get real time updates directly on you device, subscribe now.