fbpx
BSKY
BJD MC SKY
BJD MS SKY

ଘରେ ରହୁଛନ୍ତି ସ୍ତ୍ରୀକୁ ପିଟୁଛନ୍ତି

କରୋନା ପାଇଁ ଏବେ ସାରାଦେଶରେ ଲକ୍ ଡାଉନ । ଘରୁ ବାହାରିବା ଉପରେ ପ୍ରତିବନ୍ଧକ । ଯେଉଁମାନଙ୍କର ଦିନରେ ୧୨ ଘଣ୍ଟା ପ୍ରାୟ ଘରୁ ବାହାରେ ବିତୁଥିଲା ଏବେ ଘରୁ ୧୦ ମିନିଟ୍ ପାଇଁ ବାହାରିବା ମୁସ୍କିଲ୍ । ଅନେକଗୁଡିଏ ଅନୁଷ୍ଠାନ ତ ୱାର୍କ ଫ୍ରମ୍ ହୋମ ବ୍ୟବସ୍ଥା ଲାଗୁ କରିଛନ୍ତି । ତେଣୁ ବୁଲା ମିଜାଜ୍ ଲୋକେ ଏବେ ଏକପ୍ରକାର ମାନସିକ ବିଷାଦରେ ରହୁଛନ୍ତି ।ଘରେ ରହିବା ପରେ କିଏ ଦିନ ଭରି ବିଭିନ୍ନ ରକମର ଖାଦ୍ୟର ଡିମାଣ୍ଡ କରୁଛି ତ ଆଉ କିଏ ହେଡ୍ ମସାଜ୍ ଫୁଟ୍ ମସାଜର ଡିମାଣ୍ଡ ନିଜ ପତ୍ନୀଙ୍କ ପାଖରେ କରୁଛନ୍ତି । ଆଉ ଏଥିରେ ବ୍ୟତିକ୍ରମ ହେଲେ ଆରମ୍ଭ ହେଉଛି ଉତ୍ତମ ମଧ୍ୟମ ।ଏନେଇ ଖୁଲାସା କରିଛି ରାଷ୍ଟ୍ରୀୟ ମହିଳା ଆୟୋଗ ।

ଆୟୋଗ ମୁତାବକ ୨୩ ମାର୍ଚ୍ଚର ଲକ୍ ଡାଉନ ପରେ ଘରୋଇ ହିଂସା ପ୍ରତିଶତ ହଠାତ ବୃଦ୍ଧି ପାଇଛି । ରାଜ୍ୟ ମଧ୍ୟରେ ଏଭଳି ସ୍ଥତିର ସୁରାକ୍ ପାଇଥିବା ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମୁଖପାତ୍ର ସୁବ୍ରତୋ ବାଗଚୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶୁଣାଇ ଘରେ ଅନାବଶ୍ୟକ ଭାବେ ଅଧକ ଖାଦ୍ୟ ଆଇଟମ୍ ପାଇଁ ଡିମାଣ୍ଡ ନକରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.