fbpx

ଗଲାଥର ତ ଅଷ୍ଟପ୍ରହରୀ କରିଥିଲେ ,ଆଉ ଏଥର ….

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସାମଜିକ ଦୂରତ୍ୱ ବଜାୟ ରଖି ଆସନ୍ତା ୫ ତାରିଖ ରବିବାର ରାତି ୯ଟାରେ ୯ମିନିଟ ପାଇଁ ନିଜ ଘର ବାଲକୋନିରେ ଦୀପ,ମହମବତୀ,ଟର୍ଚ୍ଚ ଲାଇଟ୍ ଓ ମୋବାଇଲ୍ ଫ୍ଲାସ୍ ଲାଇଟ୍ ଜଳାଇ ସଙ୍କଟ ସମୟରେ କେହି ଏକା ନୁହନ୍ତି ବୋଲି ବର୍ତ୍ତା ଦେବାକୁ ଆହ୍ୱାନ ଦେଇଛନ୍ତି । ଏହାହିଁ କରୋନା ପାଇଁ ରାମବାଣ ବୋଲି ମୋଦି କହିଛନ୍ତି । ଯାହା ନିଶ୍ଚିତ ସ୍ୱାଗତଯୋଗ୍ୟ । କିନ୍ତୁ କଥା ହେଲା ଲୋକେ ଏହାକୁ ବୁଝିଲେ କେତେ ? ଘର ବାଲକୋନି ନୁହେଁ ବରଂ ରାସ୍ତା ଉପରକୁ ଚାଲିଆସିବେନି ତ? ଦୀପ ଜାଳିବା ଆହ୍ୱାନକୁ ଦୀପାବଳୀ ଭାବି ରାସ୍ତା ଉପରେ ବାଣ ଫୁଟାଇବେ ନାହିଁ ତ ? ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଗତ ଥର ମୋଦିଙ୍କ ଜନତା କଫ୍ୟୁ ଆହ୍ୱାନ ବେଳେ ଲୋକଙ୍କୁ ନିଜ ଘର ବାଲକୋନିରୁ ଥାଳି ବଜାଇ ,କରାତାଳି ଦେଇ ଜରୁରୀ କାଳୀନ ସେବାରେ ନିୟୋଜିତ ଲୋକଙ୍କୁ ଉତ୍ସାହିତ କରିବାର ଅନୁରୋଧ ଥିଲା । ଲୋକେ କଣ ବୁଝିଲେ କେଜାଣି ଘଣ୍ଟ,ଘଣ୍ଟା,ଖୋଳ,ଝାଂଜ ଧରି ରାସ୍ତାକୁ କିର୍ତ୍ତନ କରିବାକୁ ବାହାରି ପଡିଲେ ।ଆଉ ଏଥର କଣ କରିବେ ତାହା ଭଗବାନଙ୍କୁ ହିଁ ଜଣା ।

Get real time updates directly on you device, subscribe now.