fbpx

ଟାଇଟ୍ ସିକ୍ୟୁରିଟିରେ ହେବ ବରୁଣ-ନତାଶାଙ୍କ ବିବାହ, ନଜର ରଖିବ ସିସିଟିଭି

ବଲିଉଡରେ ଚାଲିଛି ବିବାହ ଋତୁ । ବର୍ଷର ଆରମ୍ଭ ଏକ ବଡ ବିବାହ ସହିତ ହେବାକୁ ଯାଉଛି । ଇଣ୍ଡଷ୍ଟ୍ରିରେ ପପୁଲାର୍ କପଲ ମଧ୍ୟରୁ ଅଭିନେତା ବରୁଣ ଧୱନ ଓ ଫେସନ୍ ଡିଜାଇନର ନତାଶା ଦଲାଲ ଜାନୁଆରୀ ୨୪ ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେମାନଙ୍କ ବାହାଘରର ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି । ପ୍ରଥମେ ଦୁଇଜଣ ୨୦୨୦ ରେ ବିବାହ କରିବାକୁ ଯାଉଥିଲେ, କିନ୍ତୁ କରୋନା ଭାଇରସ୍ ଏବଂ ଲକଡାଉନ୍ ଯୋଗୁଁ ଏହି ବିବାହ ୨୦୨୧କୁ ପୋଷ୍ଟପୋନ୍ ହୋଇଗଲା । ବର୍ତ୍ତମାନ ଯେତେବେଳେ ଏହି ଦମ୍ପତି ବିବାହ କରିବାକୁ ଯାଉଛନ୍ତି, ସେତେବେଳେ ସମସ୍ତଙ୍କ ନଜର ତାଙ୍କ ବାହାଘର ଉପରେ ରଖିଛି ।

କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନରେ ରଖି ଡେଭିଡ ଧୱନ ଏହି ବିବାହ ପାଇଁ କିଛି ଖାସ୍ ବିଶେଷ ବ୍ୟବସ୍ଥା କରିଛନ୍ତି । କପଲଙ୍କ ପ୍ରଇଭେସିକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି । ବହୁ ପରିମାଣରେ କ୍ୟାମେରା ଏବଂ ଲୋକଙ୍କ ଉପସ୍ଥିତି ଦେଖି ଧୱନ ଏବଂ ଦଲାଲଙ୍କ ପରିବାର ପକ୍ଷରୁ ମିଶି ଏହି ଖାସ୍ ବ୍ୟବସ୍ଥା କରାଯାଇଛି । ବରୁଣ-ନତାଶା ବିବାହ ଫଟୋ ଲିକ୍ ନ ହେବା ଓ ଦମ୍ପତିଙ୍କ ଗୋପନୀୟତା ବଜାୟ ରଖିବା ପାଇଁ ବିବାହ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

କେବଳ ଏତିକି ନୁହେଁ, ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଉପରେ ମଧ୍ୟ ନଜର ରଖାଯିବ । ଏଥିସହ ଅତିଥିମାନଙ୍କ ଆତିଥ୍ୟ ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ତେବେ ନତାଶା ଦଲାଲ ୨୨ ଜାନୁଆରୀ ଶନିବାର ଦିନ ମହାରାଷ୍ଟ୍ରର ଆଲିବାଗ ଅଭିମୁଖେ ବାହାରିଥିଲେ । ଅନ୍ୟପଟେ ବରୁଣ ଧୱନ ଆଜି ଆଲିବାଗରେ ପହଞ୍ଚିବେ । ଆଜି ଉଭୟଙ୍କ ସଂଗୀତ ସମାରୋହ ରହିଛି । ନତାଶା ଏବଂ ବରୁଣ ଧାୱନଙ୍କ ବିବାହରେ କିଛି ମନୋନୀତ ଅତିଥି ଯୋଗଦେବେ । ଯେଉଁଥିରେ କିଛି ବଲିଉଡ ଇଣ୍ଡଷ୍ଟ୍ରିର ଭେଟେରାନ, ଘନିଷ୍ଠ ବନ୍ଧୁ ଏବଂ ପରିବାର ଅନ୍ତର୍ଭୁକ୍ତ ରହିଛନ୍ତି ।

Get real time updates directly on you device, subscribe now.