fbpx
BSKY
BJD SHG SKY
BJD MC SKY

ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ଏହି ଜିନିଷ, ହେବ ଅସୁବିଧା

ଓଡ଼ିଶା ଭାଷ୍କର: ସନାତନ ଧର୍ମର ସବୁଠାରୁ ପ୍ରାଚୀନ ବିଜ୍ଞାନରେ ବାସ୍ତୁ ଶାସ୍ତ୍ର ସାମିଲ ରହିଛି । ଘରେ ବାସ୍ତୁ ନିୟମକୁ ପାଳନ କରିବାରେ ସୁଖ-ସମୃଦ୍ଧି ବଢିଥାଏ । ଯେତେବେଳେ ବାସ୍ତୁ ଦୋଷ ବଢିଥାଏ ଘରେ ଅସାନ୍ତି ଦେଖାଯାଏ । ଏହି ଶାସ୍ତ୍ରରେ ଦିଗମାନଙ୍କର ବିଶେଷ ମହତ୍ତ୍ୱ ରହିଛି । ଖାସ କରି ଦକ୍ଷିଣ ଦିଗକୁ ନେଇ ବହୁ ଦିଗ ନିର୍ଦ୍ଦେଶ ରହିଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗ ସମ୍ବନ୍ଧୀୟ କିଛି ନିୟମ ରହିଛି । ଯାହାକୁ ପାଳନ କରିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ଦକ୍ଷିଣ ଦିଗ ସହ ଜଡିତ କିଛି ଜରୁରୀ ନିୟମ ।

ପୂଜା-ପାଠ ବା ଅନ୍ୟ ଧାର୍ମିକ କାର୍ଯ୍ୟକଳାପରେ ଦୀପ ଜଳାଇବା ବହୁତ ଶୁଭ ବୋଲି ବିବେଚନା କରାଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଦୀପକୁ କଦାପି ଦକ୍ଷିଣ ଦିଗରେ ଜଳାଇବା କଥା ନୁହେଁ । ଏପରି କରିବା ଦ୍ୱାରା ଜୀବନରେ ବହୁ ଅସୁବିଧା ଆରମ୍ଭ ହୋଇପାରେ । ଦୀପ ଜଳାଇବା ପାଇଁ ଉତ୍ତର ଦିଗ ଉତ୍ତମ ରହିବ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗରେ କିଛି ଜିନିଷ ରଖିବାକୁ ନିଷେଧ କରାଯାଇଛି । ଦକ୍ଷିଣ ଦିଗରେ କେବେବି ଜୋତା ଚପଲ ରଖିବା କଥା ନୁହେଁ । ଦକ୍ଷିଣ ଦିଗରେ ଜୋତା ରଖିବା ଦ୍ୱାରା ପିତୃ ପୁରୁଷଙ୍କ ଦୋଷ ଲାଗିଥାଏ । ଏଥିସହ ଦକ୍ଷିଣ ଦିଗରେ ଇଲେକ୍ଟ୍ରୋନିକ ଜିନିଷ ମଧ୍ୟ ନ ରଖିବା ଆବଶ୍ୟକ ।

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରର ଦକ୍ଷିଣ ଦିଗରେ କେବେବି ପୂଜା ଘର ନିର୍ମାଣ କରାଯିବା ଉଚିତ ନୁହେଁ। ଏହି ଦିଗରେ ପୂଜା ଘର ରହିବା ଶୁଭ ଫଳାଫଳ ଦେଇ ନଥାଏ କିମ୍ବା ପୂଜାରେ କୌଣସି ଲାଭ ହୁଏ ନାହିଁ। ପୂଜାପାଠ ଦକ୍ଷିଣ ଦିଗରେ ନଥିବାରୁ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିପାରେ।

ତୁଳସୀ ଗଛକୁ ପବିତ୍ର ବୋଲି ବିବେଚନା କରାଯାଏ ଏବଂ ପ୍ରତ୍ୟେକ ଘରେ ପୂଜା କରାଯାଏ। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ତୁଳସୀ ଉଦ୍ଭିଦକୁ ଭୁଲରେ ମଧ୍ୟ ଦକ୍ଷିଣ ଦିଗରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଜୀବନରେ ଅନେକ ନକାରାତ୍ମକ ପରିଣାମ ହୋଇପାରେ।

Get real time updates directly on you device, subscribe now.