ଓଡିଶା ଭାସ୍କର- ଅନେକ ସମୟରେ ଦେଖିବାକୁ ମିଳି, ଅତି ସମ୍ଭ୍ରାନ୍ତ, ବିତ୍ତଶାଳୀ ବ୍ୟକ୍ତିଙ୍କ ଜୀବନରେ ନ ଥାଏ ସୁଖ । ଏହାର କାରଣ ହୋଇଥାଏ ବାସ୍ତୁ ଦୋଷ । ଛୋଟ ଗୋଟିଏ ବାସ୍ତୁ ଦୋଷ ପାଇଁ ବ୍ୟକ୍ତିଙ୍କୁ ଦେବାକୁ ହୁଏ ବହୁମୂଲ୍ୟ । ତେଣୁ ଆସନ୍ତୁ ଜାଣିବା, ଅତି ସହଜରେ କେମିତି କରିବେ ବାସ୍ତୁ ଦୋଷ ଦୂର ।
ପ୍ରଥମ ପୂଜ୍ୟ ଗଣପତି, ବିଘ୍ନହର୍ତ୍ତା, ବୁଦ୍ଧି ପ୍ରଦାତା । ଗଣପତିଙ୍କ କୃପା ହେଲେ ସବୁ ବାସ୍ତୁ ଦୋଷ ଦୁର ହୋଇପାରେ । ଗଣପତିଙ୍କ ବିଭିନ୍ନ ରଙ୍ଗ ଓ ଆକୃତିର ମୂର୍ତ୍ତି ବିଭିନ୍ନ ବାସ୍ତୁ ଦୋଷ ଦୁର କରିବାରେ ସହାୟକ ହୋଇଥାଏ । ତେବେ କେଉଁ ଦୋଷ ପାଇଁ କିଭଳି ମୂର୍ତ୍ତି ଘରେ ରଖିବେ ତାହା ଜାଣିବା ନିତାନ୍ତ ଆବଶ୍ୟକ ।
ପିଲାଙ୍କ ବିଦ୍ୟା ଅଧ୍ୟୟନ ପାଇଁ ସେମାନଙ୍କ ପଢା ଘରେ ସବୁଜ ରଙ୍ଗର ଗଣେଶ ମୂର୍ତ୍ତି ସ୍ଥାପନ କରିବା ଶୁଭଙ୍କର । ଏଥିସହ ପିଲାଙ୍କ ଘରର କାନ୍ଥ ଓ ବେଡସିଟ ଓ ତକିଆ ମଧ୍ୟ ସବୁଜ ରଙ୍ଗର କଲେ ଆହୁରି ଭଲ ।
ଶୋଇବା ଘରେ କେବେ କୌଣସି ଠାକୁରଙ୍କ ପ୍ରତିମା ରଖିବେ ନାହିଁ । ବିଶେଷ କରି ଗଣେଶ ମୂର୍ତ୍ତି ଆଦୌ ନୁହେଁ । ଏହି ଗୋଟିଏ ଭୁଲ ଆପଣଙ୍କ ଜୀବନକୁ ନର୍କ ସମ କରିଦେବ ।
ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ରହିବା ଶୁଭ । ଗଣେଶଙ୍କ ମୂର୍ତ୍ତି ଭିତର ପଟକୁ ରଖିବେ, ବାହାରକୁ କଦାପି ରଖିବେ ନାହିଁ ।
ଠାକୁର ଘରେ ହଳଦିଆ ରଙ୍ଗର ମୂର୍ତ୍ତି ସ୍ଥାପନ କରିବା ଶୁଭଫଲ ଦେଇଥାଏ । ସେଠି ସକାଳେ ଗଣେଶଙ୍କୁ ଦୁବ ଅର୍ପଣ କରି ମନ୍ତ୍ର ଜପ କରନ୍ତୁ । ଘରର ସୁଖ, ଶାନ୍ତି ଅତୁଟ ରହିବ । କୌଣସି କୁଦୃଷ୍ଟି ଘରେ ପଡିବ ନାହିଁ ।
ଘରେ ଏକାଧିକ ଗଣେଶ ମୂର୍ତ୍ତି ରଖିବା ଅନୁଚିତ । ଏହା ବଦଳରେ କେବଳ ଓଁ ଲେଖିଲେ ମଧ୍ୟ ବହୁ ଶୁଭ ଫଳ ପ୍ରାପ୍ତି ହୁଏ ।
ଧନାଭାବ, ଆର୍ଥିକ ସଂକଟ ଦୂର କରିବାକୁ ସିନ୍ଦୁକ ବା ଲକରରେ ଗଣେଶ ମୂର୍ତ୍ତି ରଖିବା ଉତ୍ତମ ହୋଇଥାଏ । ତେବେ ଟ୍ରେଜେରୀରେ ରଖୁଥିବା ଗଣେଶଙ୍କ ଶୁଣ୍ଢ ବାମ ପଟକୁ ଥିବା ଦରକାର ।