fbpx

ବାସ୍ତୁ ଟିପ୍ସ: ଘରେ ଲଗାନ୍ତୁ ଏହି ସବୁ ଗଛ ଲଗାନ୍ତୁ, ସର୍ବଦା ରହିବ ସୁଖ ସମୃଦ୍ଧି

ନୂଆଦିଲ୍ଲୀ: ଘରର ନିର୍ମାଣ ଠାରୁ ଆରମ୍ଭ କରି ଅନେକ ଜିନିଷ ବାସ୍ତୁ ଉପରେ ନିର୍ଭରୁ କରିଥାଏ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଘରେ ଗଛ ଲଗାଇବା ଦ୍ୱାରା ମଧ୍ୟ ଏହା ଆପଣଙ୍କ ସୁଖ ସମୃଦ୍ଧିକୁ ପ୍ରଭାବିତ କରିଥାଏ । ସକରାତ୍ମକ ମନୋଭାବ ବୃଦ୍ଧି ପାଇବା ସହିତ ଘରରେ ଲକ୍ଷ୍ମୀଙ୍କ ଆଗମନ ବଢିଥାଏ । ଏହି ୬ଟି ଗଛ ଲଗାଇବା ଦ୍ୱାରା ଘରେ ଶାନ୍ତି ଶୃଙ୍ଖଳା ବୃଦ୍ଧି ପାଇବା ସହିତ ଅର୍ଥ ଆଗମନ ମଧ୍ୟ ହୋଇଥାଏ ।

କସୁଲା ଓବାଟା: ଇଂରାଜୀରେ ଏହି ଗଛକୁ ଜେଡ୍ ପ୍ଲାଣ୍ଟ ବା ଲକି ପ୍ଲାଣ୍ଟ ଫେଙ୍ଗଶୁଇ ଅନୁସାରେ ଘର ପାଇଁ ବେଶ ଲାଭଦାୟକ ହୋଇଥାଏ । ବାସ୍ତୁ ଅନୁସାରେ ଏହି ଗଛ ଧନକୁ ଆକର୍ଷିତ କରିଥାଏ । ଏହି ଗଛ ଲଗାଇବା ଦ୍ୱାରା କେବେବି ଧନର ଅଭାବ ଦେଖା ଦେଇନଥାଏ ।

ଲକ୍ଷ୍ମଣା: ଲକ୍ଷ୍ମଣା ଗଛର ଫୁଲ ମା’ ଲକ୍ଷ୍ମୀଙ୍କର ସବୁଠୁ ପ୍ରିୟ । ଏହାକୁ ଯେ କୌଣସି ଏକ ଫୁଲ କୁଣ୍ଡରେ ଲଗାଇ ହେବ । ଏହି ଗଛର ମଧ୍ୟ ଧନକୁ ଆକର୍ଷଣ କରିବାର ଶକ୍ତି ରହିଛି । ଯେଉଁ ଘରେ ଲକ୍ଷ୍ମଣା ଗଛ ଥାଏ ସେହି ଘରେ କେବେବି ଧନର ଅଭାବ ଦେଖା ଦିଏ ନାହିଁ ।

ଅଶ୍ୱଗନ୍ଧା: ଅଶ୍ୱଗନ୍ଧା ଏମିତି ଏକ ଗଛ ଯାହାର ଅନେକ ଔଷଧୀୟ ଗୁଣ ରହିଛି । ତେବେ କେବଳ ଔଷଧୀୟ ଗୁଣ ନୁହେଁ ବାସ୍ତୁ ଅନୁସାରେ ମଧ୍ୟ ଏହା ଅତ୍ୟନ୍ତ ଉପକାରୀ । ଘରେ ଏହି ଗଛ ଲଗାଇବା ଦ୍ୱାରା ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।

ହରସିଙ୍ଗାର: ହରସିଙ୍ଗାର ଫୁଲକୁ ପାରିଜାତ ବୋଲି ମଧ୍ୟ କୁହାଯାଏ । ଏହି ଗଛ ଲଗାଇବା ଦ୍ୱାରା ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ । ଏହା ସହିତ ଏହି ଗଛର ଉପସ୍ଥିତି ମାନସିକ ଅଶାନ୍ତି ମଧ୍ୟ କମ କରିଥାଏ ।

ରଜନୀଗନ୍ଧା: ଘରେ ରଜନୀଗନ୍ଧା ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ବିବେଚନା କରାଯାଏ । ୩ କିସମର ରଜନୀଗନ୍ଧା ଉପଲବ୍ଧ ଥିବା ବେଳେ ଏହାକୁ ଅତର ଏବଂ ତେଲ ପାଇଁ ବ୍ୟବହାର କରାଯାଏ । ଏହାର ବାସ୍ନା ଘରେ ଏକ ସକରାତ୍ମକ ପରସ୍ଥିତି ସୃଷ୍ଟି କରିଥାଏ ।

ଧଳା ଅରଖ: ଧଳା ଅରଖ ଗଣେଷଙ୍କ ପ୍ରିୟ ଫୁଲ ଅଟେ । ଏହାକୁ ବିଧିବିଧାନ ଅନୁଯାୟୀ ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ।

Get real time updates directly on you device, subscribe now.