fbpx

ଏଣିକି କମିବ ବିଧାୟକଙ୍କ ଜିଲ୍ଲା ଗସ୍ତ, ବିଧାନସଭାରେ ଉଦଘାଟିତ ହେଲା ସ୍ୱତନ୍ତ୍ର VC ହଲ୍

Advertisement

ଭୁବନେଶ୍ୱର,୨୯ ।୫(ଓଡିଶା ଭାସ୍କର): ବିଧାନସଭା ପରିସରରେ ସ୍ୱତନ୍ତ୍ର ଭିଡିଓ କନଫରେନ୍ସିଂ ହଲ ଉଦଘାଟିତ ହୋଇଯାଇଛି । ଏଣିକି ବୈଠକ ପାଇଁ ବିଧାୟକମାନଙ୍କୁ ଆଉ ଜିଲ୍ଲା ଗସ୍ତ କରିବାକୁ ପଡିବ ନାହିଁ । କରୋନା ନେଇ ଜିଲ୍ଲା ପ୍ରଶାସନ ସହ ଭିସି ମାଧ୍ୟମରେ ଆଲୋଚନା ହୋଇପାରିବ । ଏହା ସହ ବିଧାନସଗା କମିଟିର ଜିଲ୍ଲା ଗସ୍ତ ବି କମ୍ ହୋଇପାରିବ । ତେବେ ହଲ୍ ଉଦଘାଟନ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆସନ୍ତାକାଲି ସନ୍ଧ୍ୟାରେ ବିଧାନସଭାରେ ‘ବନ୍ଦେ ଉକ୍ରଳ ଜନନୀ’ ଗାନ କରାଯିବ । ଏହାରି ମାଧ୍ୟମରେ କୋଭିଡ୍ ଯୋଦ୍ଧାଙ୍କୁ ବିଧାନସଭାର ସବୁ କର୍ମଚାରୀ ଉତ୍ସାହିତ କରିବେ ବୋଲି ବାଚସ୍ପତି କହିଛନ୍ତି ।

Get real time updates directly on you device, subscribe now.