Big Breaking: ପରଲୋକରେ ଓଲିଉଡ ଅଭିନେତା ଉତ୍ତମ ମହାନ୍ତି, ମେଦାନ୍ତ ହସ୍ପିଟାଲରେ ଦେହାନ୍ତ ସୂଚନା
ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଉତ୍ତମ ମହାନ୍ତିଙ୍କ ପରଲୋକ ।
ଭୁବନେଶ୍ବର: ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିବା ବେଳେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଖବର ଅନୁସାରେ, ରାତି ପ୍ରାୟ 11ଟା ସମୟରେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଉତ୍ତମଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ କିଛି ଦିନ ପୂର୍ବରୁ ଏୟାରଲିଫ୍ଟ କରାଯାଇଥିଲା । ସେ ଗତ କିଛି ଦିନ ହେବ ଲିଭର ଶିରୋସିସରେ ପୀଡିତ ଥିଲେ ।
ସେ 130ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଦେହାନ୍ତ ପରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । 66 ବର୍ଷ ବୟସରେ ଗୁରୁବାର ରାତିରେ ଉତ୍ତମ ମହାନ୍ତି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । 1987 ମସିହାରେ ସେ ଅପରାଜିତାଙ୍କୁ ବିବାହ କରିଥିଲେ ।
ଯଦି ତାଙ୍କର କ୍ୟାରିୟର କଥା ଦେଖିବା ତାହବେଲେ ସେ 1977 ମସିହାରେ ଅଭିମାନ ଫିଲ୍ମ ଜରିଆରେ ସେ ସାମ୍ନାକୁ ଆସିଥିଲେ । ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଉଦଣ୍ଡୀ ସୀତା, ଦଣ୍ଡା ବାଲୁଙ୍ଗା, ଲକ୍ଷ୍ଣଣ ରେଖା ଆଦି ଫିଲ୍ମରେ ସେ ନିଖୁଣ ଅଭିନୟ କରିଥିଲେ । ତେବେ ଓଡିଆ ସହିତ ସେ ହିନ୍ଦୀ ଏବଂ ବଙ୍ଗାଳୀ ସିନେମାରେ ସେ ଅଭିନୟର ଛାପ ଛାଡି ଯାଇଛନ୍ତି । ତାଙ୍କ ନିଖୁଣ ଅଭିନୟ ପାଇଁ ତାଙ୍କୁ ଜୟଦେବ ପୁରସ୍କାର ମଧ୍ୟ ମିଳିଥିଲା ।