fbpx

ଉକ୍ରଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର, ୩ା୪ (ଓଡିଶା ଭାସ୍କର): ଆଜି ଉକ୍ରଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ । ଆଜିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଯୋଗ ଦେଇଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ଉତ୍ସବରେ ଯୋଗଦେଇଛନ୍ତି । କରୋନା କଟକଣା ଯୋଗୁଁ ୨୦୦ ଲୋକଙ୍କୁ ସମାରୋହରେ ଯୋଗଦେବା ପାଇଁ ଅନୁମତି ପ୍ରଦାନ ଦିଆଯାଇଛି ।

ଆଜିର ସମାବର୍ତ୍ତନ ଉତ୍ସବରେ ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଜନ ଡି.ଲିଟ ଉପାଧି, ୪୧ ଜଣଙ୍କୁ ପିଏଚଡି ଓ ୯୦ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ । ହାଇକୋର୍ଟ ବିଚାରପତି ଜଷ୍ଟିସି୍ ସଞ୍ଜୁ ପଣ୍ଡାଙ୍କୁ ଏଲଏଲଡି, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ସିଏଜି ଗିରୀଶ ମୁର୍ମୁଙ୍କୁ ଡି.ଡିଟ୍, ବିଏଆରସି ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତିଙ୍କୁ ଡି.ଲିଟ୍, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗନ ଉପଦେଷ୍ଟା ବିଜୟ ସାହୁଙ୍କୁ ଡି.ଲିଟ୍ ଉପାଧି ମିଳିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତକାଲି ଉପରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ସହ ଆଦି କବି ସାରଳା ଦାସଙ୍କ ୬ ଶହ ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Get real time updates directly on you device, subscribe now.