fbpx
BJD SKY
BJD SKY

(Video)ସାପ କାମୁଡାରେ ମୃତ ଯୁବକଙ୍କୁ ରସିରେ ବାନ୍ଧି ଗଙ୍ଗାରେ ବୁଡାଇ ରଖିଲେ ପରିବାର, ଆଉ ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

BJD

ବୁଲନ୍ଦସହର: ଉତ୍ତରପ୍ରଦେଶ ବୁଲନ୍ଦ ସହରରୁ  ଅନ୍ଧବିଶ୍ୱାସର ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ସାପ କାମୁଡାରେ ମୃତ ଯୁବକକୁ ଜୀବିତ କରିବା ଆଶାରେ ପରିବାର ଓ ଗ୍ରାମବାସୀ ଶବକୁ ରସିରେ ବାନ୍ଧି ଗଙ୍ଗା ନଦୀରେ ଲଟକାଇ ଦେଇଥିଲେ । କିନ୍ତୁ ୨ ଦିନ ପର୍ଯ୍ୟନ୍ତ ଏପରି ରଖିବା ପରେ ଯେତେବେଳେ ଯୁବକ ଜୀବିତ ହୋଇ ନ ଥିଲେ ସେତେବେଳେ ସେମାନେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ଅନ୍ଧବିଶ୍ୱାସର ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହାକୁ ନେଇ ପୋଲିସ ପ୍ରଶାସନର କୌଣସି ବୟାନ ସାମ୍ନାକୁ ଆସିପାରି ନାହିଁ ।

ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ୨୬ ତାରିଖରେ ୨୦ ବର୍ଷୀୟ ମୋହିତଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଯାଇଥିଲା । ତା’ର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଥିଲା । ଏହାରି ମଧ୍ୟରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକେ ଓ ଗ୍ରାମବାସୀ ମୋହିତର ଶବକୁ ନେଇ ଗଙ୍ଗା କୂଳକୁ ଚାଲି ଯାଇଥିଲେ । ସେମାନଙ୍କୁ କେହି କହିଥଇଲା କି ଯଦି ଗଙ୍ଗା ଜଳରେ ଶବକୁ ବୁଡାଇ ରଖାଯିବ ତେବେ ଶରୀରରୁ ବିଷର ପ୍ରଭାବ ଶେଷ ହୋଇଯିବ ଓ ମୃତ ବ୍ୟକ୍ତି ଜୀବିତ ହୋଇଯିବ ।

ମୋହିତର ଶବକୁ ରସିରେ ବାନ୍ଧି ଗଙ୍ଗାରେ ଲଟକାଇ ଦିଆଗଲା । ଦ୍ରୁତ ଲହରୀ ଭିତରେ ଶବ ବହୁ ସମୟ ପର୍ଯ୍ୟନ୍ତ ପାଣିରେ ଭାସି ରହିଲା । ଏହା ଦେଖିବାକୁ ଶହ ଶହ ଲୋକ ରୁଣ୍ଡ ହୋଇ ରହିଥିଲେ । କିନ୍ତୁ ବହୁ ସମୟ ପରେ ଯେତେବେଳେ ମୋହିତ ଠାରେ ପରିବାର ଲୋକେ କିଛି ପରିବର୍ତ୍ତନ ଦେଖି ନ ଥିଲେ ସେତେବେଳେ ସେମାନେ ତା’ର ଅନ୍ତିମ ସଂସ୍କାର କରିଥିଲେ । କେହି ଜଣେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିଦେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.