fbpx

Video: ସହ-ଯାତ୍ରୀଙ୍କ ସହ ଥିଲା ଅସଦାଚରଣ ଅଭିଯୋଗ, ଚଳନ୍ତା ଟ୍ରେନରୁ ଧକ୍କାମାରି ଠେଲିଦେଲେ

କୋଲକାତା: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଚଳନ୍ତା ଟ୍ରେନରୁ ଜଣେ ଯୁବକଙ୍କୁ ବାହାରକୁ ଠେଲି ଦିଆଯାଉଛି। ଶନିବାର ହାଉଡ଼ା-ମାଲଦା ଟାଉନ ଇଣ୍ଟରସିଟି ଏକ୍ସପ୍ରେସରେ ତାରାପୀଠ ରୋଡ ଅଞ୍ଚଳରେ ଏହି ଘଟଣା ଘଟିଛି । ଏହି ଘଟଣାରେ ରେଳବାଈ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ଘଟଣାରେ ଅନ୍ୟକିଛି ଲୋକ ମାଧ୍ୟ ସାମିଲ ଥିବା ପୋଲିସ କହିଛି ।

ଚଳନ୍ତା ଟେନରୁ ବାହାରକୁ ଧକା ଦିଆଯାଇଥିବା ଯୁବକଙ୍କ ନାମ ସେଜଲ ଶେଖ ବୋଲି ଜଣାପଡିଛି । ଯୁବକ ଜଣଙ୍କ ଉପରେ ମହିଳା ଏବଂ ସହଯାତ୍ରୀମାନଙ୍କୁ ଧମକାଇବା ଏବଂ ଖରାପ ଭାଷାରେ ଗାଳି ଦେଉଥିବାର ଅଭିଯୋଗ ରହିଛି ।

ଭିଡିଓରେ ଦେଖିବାକୁ ମିଳେ ଯେ, ଚେକ୍ ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ସେଜଲ ଶେଖଙ୍କ ସହ ଝଗଡା କରୁଛନ୍ତି। କିଛି ସେକେଣ୍ଡ ପରେ ଦୁହେଁ ସେମାନଙ୍କର ଝଗଡା ବନ୍ଦ କରିଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଏହା ପରେ ଯୁବକ ଜଣକ କିଛି କହିଥିଲେ ଯାହା ସହ-ଯାତ୍ରୀଙ୍କୁ ବହୁତ କ୍ରୋଧିତ କରିଥିଲା ଏବଂ ସେ ନିଜ ସିଟରୁ ଛିଡା ହୋଇ ପୁଣି ଝଗଡା ଆରମ୍ଭ କରିଥିଲେ। ଆଉ ସେଜଲ ଶେଖଙ୍କୁ ଟ୍ରେନରୁ ତଳକୁ ଠେଲି ଦେଇଥିଲେ।

ସାଇଜଲ ଶେଖଙ୍କୁ GRP ଦ୍ୱାରା ଟ୍ରାକରୁ ଉଦ୍ଧାର କରାଯାଇଥିଲା ଏବଂ ସେ ରାମପୁରହାଟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ସେ ପୋଲିସକୁ କହିଛନ୍ତି ଯେ ସେ ସନ୍ଥିଆରୁ ଟ୍ରେନରେ ଚଢ଼ିଥିଲେ। ତେବେ ଅନ୍ୟ ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ତାଙ୍କୁ ଟ୍ରେନରୁ ଫୋପାଡି ଦିଆଯିବା ପରେ ସେ ତାଙ୍କ ସାଥୀ ଯାତ୍ରୀଙ୍କ ପ୍ରତି ହେଉଥିବା ଅସଦାଚରଣକୁ ବିରୋଧ କରିଥିଲେ।

Get real time updates directly on you device, subscribe now.