fbpx

(Video) ୨ଯୁବତୀଙ୍କ ଉନ୍ମତ୍ତକାଣ୍ତ; ରାସ୍ତା ଉପରେ ମାର୍‌ପିଟ୍‌, ସମ୍ଭାଳି ପାରିଲେନି ସହପାଠି-ଉପସ୍ଥିତ ଲୋକ

ଓଡ଼ିଶା ଭାସ୍କର: ଦିନ ଦ୍ଵିପ୍ରହରେ ଭରା ବଜାରରେ ୨ଯୁବତୀଙ୍କ ଉନ୍ମତ୍ତକାଣ୍ତ । ରାସ୍ତା ଉପରେ ମାର୍‌ପିଟ୍‌, ସମ୍ଭାଳି ପାରିଲେନି ସହପାଠି ଓ ସେଠାରେ ଉପସ୍ଥିତ ଲୋକ । ତେବେ ଏହି ଘଟଣା କେଉଁଠାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । କେଉଁ କାରଣ ପାଇଁ ଏପରି ପରପ୍ସର ମଧ୍ୟରେ ମାରପିଟ୍ ଲାଗିଲେ ତାହା ବି ଜଣା ପଡ଼ିନି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @gharkekalesh ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ସେଥିରେ ସେ ଲେଖିଛନ୍ତି “ଜୟପୁର ଆରଜେରେ ଜଣେ ଅନ୍ୟ ଝିଅକୁ ଲଜ୍ଜା ଓ ଅପମାନିତ କରିବା ଘଟଣାକୁ ନେଇ ମାର୍କେଟରେ ଦୁଇ କଲେଜ ଛାତ୍ରୀଙ୍କ ମଧ୍ୟରେ ଭଯଙ୍କର କଳେଶ ।”

ଭିଡିଓଟିକୁ ୨୧ ଅପ୍ରେଲରେ ପୋଷ୍ଟ କରାଯାଇଛି । ଏବେସୁଧାଏହି ଭିଡିଓଟିକୁ ୧୧୭.୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ୧୨୦୦ରୁ ଅଧିକ ଲୋକ ଲାଇକ କରିଥିବା ବେଳେ ୮୫ ଜଣ କମେଣ୍ଟ ଦେଇଛନ୍ତି ।

 

Get real time updates directly on you device, subscribe now.