fbpx

Video: ପ୍ରକୃତି ଆଗରେ ଅସହାୟ ମଣିଷ: ଗୋଦାବରୀ ନଦୀରେ ବୁଡିଗଲା ବ୍ରିଜ୍‌, ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ

ମାଲକାନଗିରି: ଲଘୁଚାପ କାରଣରୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପ୍ରବଳ ବର୍ଷା ଜାରି ରହିଛି। ଯାହା ଫଳରେ ଦୁଇ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର ପ୍ରମୁଖ ନଦୀ ଗୋଦାବରୀ ଏବଂ ଏହାର ଶଖା ନଦୀ ଗୁଡ଼ିକରେ ପ୍ରବଳ ବନ୍ୟା ପ୍ରବାହିତ ହେଉଛି। ଏହାରି ମଧ୍ୟରେ ଏକ ଚିତ୍ର ଆସିଛି ଯାହା ବନ୍ୟାର ଭୟାବହତାକୁ ବ୍ୟାଖ୍ୟା କରିବାକୁ ଯଥେଷ୍ଟ ଅଟେ।

ଏହି ଭିଡିଓଟିରେ ଦେଖିବାକୁ ମିଳୁଛି ଯେ, ନଦୀ ମଝିରେ ଯାଇଥିବା ବ୍ରିଜଟି ସମ୍ପୁର୍ଣ୍ଣ ଭାବରେ ବୁଡ଼ି ରହିଛି। ବ୍ରିଜର ଆରମ୍ଭ କିମ୍ବା ଶେଷ କିଛି ଜଣାପଡୁନାହିଁ। ଯୁଆଡେ ଚାହିଁବେ କେବଳ ପାଣି ଆଉ ପାଣି। କୁନାଭାରାମ ବ୍ରିଜ ଉପରେ ଉଚ୍ଛୁଳିତ ଗୋଦାବରୀ ନଦୀ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳର କୁନଭାରାମ ସାବରୀ ଏବଂ ଗୋଦାବରୀ ନଦୀର ମିଳନ ସ୍ଥାନ ବୋଲି କୁହାଯାଏ।

ପ୍ରାୟ ଏକ ସପ୍ତାହ ଧରି ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଜଳ ପ୍ରବାହିତ ହେଉଥିବାରୁ ଅନେକ ଗ୍ରାମ ପ୍ରବାହିତ ନଦୀ ଦ୍ୱାରା ଜଳମଗ୍ନ ହୋଇପଡିଛି। ଅସୁରକ୍ଷିତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବିଳମ୍ବ ନକରି ରିଲିଫ କ୍ୟାମ୍ପକୁ ଯିବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି।

ସେହିପରି ଗୋଦାବରୀ ନଦୀରେ ପ୍ରବଳ ବନ୍ୟା କାରଣରୁ ଓଡ଼ିଶାର ମାଲକାନଗିରି ଜିଲ୍ଲାର କିଛି ଗ୍ରାମ ମଧ୍ୟ ପ୍ରବାହିତ ହୋଇଛି। ଜିଲ୍ଲାରେ ଏକ ସପ୍ତାହ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନ ଜୀବନ ଅସ୍ଥ ବ୍ୟସ୍ଥ ହୋଇ ପଡିଛି।

ପୁର୍ବରୁ ଯାହା ଦାବି ହେଉଥିଲା ତାହା ଏବେ ଦେଖିବାକୁ ମିଳୁଛି। ପୋଲାଭରମର ଡ୍ୟାମ୍‌ର ପଛୁଆ ପାଣିରେ ଓଡ଼ିଶା ବୁଡିଛି। ଜିଲ୍ଲାର ସିଲେରୁ, ସାବେରୀ ନଦିରେ ଜଳ ସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ଓଡ଼ିଶାର ଶେଷ ସୀମା ମୋଟୁ ପଞ୍ଚାୟତର ମୁଗି ପୋଏଣ୍ଟ, ବିନାୟକପୁର, ଆଲମା ସହିତ ପଡିଆ ବ୍ଲକ ର ଗିରିକାନପାଲ୍ଲି ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ଶତାଧିକ ଲୋକଙ୍କୁ ଜଳ ଘେରରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ବନ୍ୟା ଆଶ୍ରୟ ସ୍ଥଳି ରେ ରଖା ଯାଇ ରନ୍ଧା ଖାଦ୍ୟ ଦିଆଯାଉଛି।

Get real time updates directly on you device, subscribe now.