fbpx
BSKY
BJD SHG SKY
BJD MC SKY

Video: ଅହଙ୍କାରୀ ମଣିଷର ନିଷ୍ଠୁର କାର୍ଯ୍ୟ, କାର୍‌କୁ ଛୁଇଁ ଦେବାରୁ ନାବାଳକର ଛାତିକୁ ମାରିଲେ ଗୋଇଠା

କେରଳ: ଶିକ୍ଷିତ ମଣିଷର ଅଶିକ୍ଷିତ ବ୍ୟବହାର। ଟଙ୍କା ବଳରେ ସାଧାରଣ ମଣିଷ ଅହଙ୍କାର ତଥା ମିଥ୍ୟା ବଡ଼ିମା ଦେଖାଇଥାଏ। ମଣିଷ ନିଜର ଅହଙ୍କାରରେ ଏପରି ଅନ୍ଧ ହୋଇଯାଏ ଯେ, ଦୟା, କ୍ଷମା ସବୁକିଛି ଭୁଲିଯାଏ। ଏଭଳି ଏକ ଅହଙ୍କାରୀ ମଣିଷର ଅମାନୁଷିକ ବ୍ୟବହାର ଦେଖିବାକୁ ମିଳିିଛି କେରଳର ପୋନିମ୍ପାଲାମରେ। ଏକ ନିର୍ବୋଧ ଛୋଟ ପିଲାଟିଏ ବ୍ୟକ୍ତି ଜଣଙ୍କର କାର୍‌କୁ ଛୁଇଁ ଦେବାରୁ ପିଲାଟିର ଛାତିକୁ ଲକ୍ଷ୍ୟ କରି ଗୋଇଠା ମାରିଛନ୍ତି ଏହି ନିର୍ଦୟ ବ୍ୟକ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ପିଲାଟି କାର୍‌ରେ ହାତ ରଖି ଛିଡ଼ା ହୋଇଥିବା ବେଳେ ଡ୍ରାଇଭର ଜଣକ ଆସି ତାକୁ କିଛି କହିବା ସହିତ ଏକ ଶକ୍ତ ଗୋଇଠା ମାରୁଛନ୍ତି। ଏହାପରେ ପିଲାଟି କାର୍ ନିକଟରୁ କିଛି ଦୂରକୁ ଚାଲି ଯାଉଛି ଏବଂ ଡ୍ରାଇଭର ମଧ୍ୟ କାର୍ ଭିତରକୁ ଚାଲିଯାଉଛନ୍ତି। ତେବେ ବ୍ୟକ୍ତି ଜଣଙ୍କର ଏହି ବ୍ୟବହାର ଦେଖି ନିକଟରେ ଥିବା ଲୋକମାନେ ତୁରନ୍ତ ଆପତ୍ତି କରିବା ସହ କାର୍ ପାଖରେ ଆସି ଠୁଳ ହୋଇଥିଲେ। ତେବେ ଅନ୍ୟମାନଙ୍କ ସହିତ ମୁହାଁମୁହିଁ ହେବା ପରେ ବ୍ୟକ୍ତ ଜଣକ କାର୍ ନେଇ ଆଗକୁ ଚାଲିଯାଇଥିଲେ।

ତେବେ ଏହି ଘଟଣାକୁ ନେଇ ପୋଲିସ ବ୍ୟକ୍ତ ଜଣଙ୍କ ନାମରେ ଏକ ମାମଲା ରୁଜୁ କରି କରିବା ସହିତ ତାଙ୍କୁ ନିଜ ହେପାଜତକୁ ନେଇଛି। ସୂଚାନ ଅନୁସାରେ ଘଟଣାସ୍ଥଳରତେ ଥିବା ଜଣେ ଯୁବ ଓକିଲ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। କିନ୍ତୁ ଘଟଣାର ସିସିଟିଭି ଭିଡିଓ ସୋସିଆଲ ମିଡିଆ ଏବଂ ଟିଭିରେ ବହୁଳ ପ୍ରସାରିତ ହେବା ପରେ ପୋଲିସ ଚାପରେ ଆସିଥିଲା। ଏହାପରେ ପୋଲିସ ଶୁକ୍ରବାର ସକାଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଘଟଣା ବିଷୟରେ କେରଳ ବିଧାନସଭା ବାଚସ୍ପତି କହିଛନ୍ତି ଯେ, ‘ଘଟଣାକୁ ନେଇ ମାମଲା ରୁଜୁ ହୋଇସାରିଛି। ଆଇନ୍ ଅନୁଯାୟୀ ବ୍ୟକ୍ତି ଜଣଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’ ସେହିପରି ରାଜ୍ୟ ଶିକ୍ଷାମନ୍ତ୍ରୀ ମଧ୍ୟ ଏହି ଘଟଣାରେ ନିଜର ପ୍ରତିକ୍ରିୟା ଫେସ୍‌ବୁକରେ ରଖିଛନ୍ତି। ସେ କହିଛନ୍ତି ଯେ, ‘ବ୍ୟକ୍ତି ଜଣକ ହୃଦୟ ବିଦାରକ ନିଷ୍ଠୁର କାର୍ଯ୍ୟ କରିଛନ୍ତି। ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯେପରି ଅନ୍ୟ କେହି ଏହି ଘଟଣାର ପୁନରାର୍ବୁତି ନକରନ୍ତି।’

Get real time updates directly on you device, subscribe now.