fbpx

Video: ଆର୍ମି କ୍ୟାମ୍ପରେ ଫୁଟବଲ୍ ଖେଳିଲା ହାତୀ, ବଲ୍‌କୁ ଦେଲା ରିଟର୍ନ-କିକ୍

ନୂଆଦିଲ୍ଲୀ: ଫୁଟବଲ୍ ପ୍ରେମରେ ପଡ଼ିଲା ବଣୁଆ ହାତୀ। ଆସାମର ଗୁଆହାଟୀ ଆର୍ମି କ୍ୟାମ୍ପରେ କିଛି ଲୋକେ ଫୁଟ୍‌ବଲ୍ ଖେଳୁଥିବା ସମୟରେ ଏକ ହାତୀ ପଡିଆ ଭିତରକୁ ଆସି ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହାତୀଟି ନମ୍ର ଭାବରେ ପଡ଼ିଆକୁ ଆସି ଫୁଟ୍‌ବଲ୍ କେଳରେ ଭାଗ ନେଇଥିଲା। ଏହି ସମୟର ଭିଡିଓ ଏବେ ବହୁଳ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁବ ମିଳୁଛି ଯେ, ହାତୀଟି ଖେଳରେ ଯୋଗ ଦେବା ପୁର୍ବରୁ ପ୍ରଥମେ ଏକ ରୋଡ୍‌କୁ ପାର କରୁଛି।

ପଡ଼ିଆରେ ହତୀ ପ୍ରବେଶ କରୁଥିବା ଦେଖି ଖେଳାଳିମାନେ ମ୍ୟାଚ୍ ବନ୍ଦ କରି ସାମାନ୍ୟ ଦୂରକୁ ଚାଲି ଯାଇଥିଲେ। ବଣୁଆ ହାତୀଠାରୁ ଦୂରତା ବଜାୟ ରଖିବା ପାଇଁ ଖେଳାଳୀମାନେ ଦୁରେ ରହିବା ଠିକ୍ ମଣିଥିଲେ। କାରଣ, ଫୁଟବଲ୍ ପଡ଼ିଆରେ ପ୍ରବେଶ କରିବା ପୂର୍ବରୁ ନିଜ ପିଠିରେ କିଛି ମଇଳା ସ୍ପ୍ରେ କରିଥାଏ। ତେବେ ପଡ଼ିଆ ଦେଇ ଯିବା ସମୟରେ ହାତୀ ତାର ପଛ ଗୋଡ ସହିତ ବଲକୁ ରିଟର୍ନ-କିକ୍ କରିବାରେ ସଫଳ ହୋଇଥିଲା। ଏହାପରେ ହାତୀଟି ପଡ଼ିଆରୁ ଚାଲିଯାଇଥିଲା।

ଖାଦ୍ୟ ସନ୍ଧାନରେ ଏହା ନିକଟସ୍ଥ ଆମଚାଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଆସିଥାଇପାରେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଆସାମରେ ଅନେକ ହାତୀ କରିଡର ଅଛି। ବଣୁଆ ହାତୀ ପଲଗୁଡିକ ରାଜପଥରେ ଭ୍ରମଣ କରୁଥିବା ସାଧାରଣ କଥା ବୋଲି ମଧ୍ୟ କୁହାଯାଉଛି।

Get real time updates directly on you device, subscribe now.