fbpx

(Video) ପ୍ରେମିକ ସହ ବିବାହ କରାଇଦେବାକୁ ମା’ ସମଲେଶ୍ୱରୀଙ୍କୁ ଚିଠି ଲେଖିଲେ ପ୍ରେମିକା: ଦାନ ବାକ୍ସରେ ପକାଇଥିଲେ ଚିଠି…

ସମ୍ବଲପୁର: ପ୍ରେମ ପାଇଁ କେହି କିଛିବି କରିବା ପାଇଁ ପ୍ରସ୍ତୁତ । ଆପଣ ଏପରି ଅନେକ ଉଦାହରଣ ମଧ୍ୟ ଦେଖିଥିବେ । ଅନେକ ସମୟରେ ପ୍ରେମକୁ ପରିବାରର ସମର୍ଥନ ମିଳିନଥାଏ । କିନ୍ତୁ ଆଜି ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ନିଜ ପ୍ରେମିକଙ୍କୁ ପାଇବା ପାଇଁ ଜଣେ ପ୍ରେମିକା ଚିଠି ଲେଖି ଗୁହାରି କରିଛନ୍ତି । କିନ୍ତୁ ଜାଣିଛନ୍ତି କି’ ସେ ଚିଠି ସେ କାହାକୁ ଲେଖିଛନ୍ତି । ସେ ଚିଠି ସେ ଲେଖିଛନ୍ତି ମା’ ସମଲେଶ୍ୱରୀଙ୍କୁ । ଆଜ୍ଞା ହଁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁରରୁ ।

ଯେଉଁଠାରେ ପ୍ରେମିକଙ୍କୁ ପାଇବା ପାଇଁ ମା’ ସମଲେଶ୍ୱରୀଙ୍କୁ ଚିଠି ଲେଖିଛନ୍ତି ପ୍ରେମିକା । ଚିଠିରେ ପ୍ରେମିକକୁ ପାଇବା ପାଇଁ କରିଛନ୍ତି ଗୁହାରି । ଏହି ଚିଠିରେ ଯୁବତୀ ତାଙ୍କର ନାମ ଲେଖିନାହାଁନ୍ତି । ଖବର ମୁତାବକ ପ୍ରତି ବର୍ଷ ଦୁର୍ଗାପୂଜା ସମୟରେ ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ମନ୍ଦିରର ହୁଣ୍ଡି ଖୋଲାଯାଏ । ଏବର୍ଷ ମଧ୍ୟ ହୁଣ୍ଡି ଖୋଲାଯାଇଛି । ଯେଉଁଥିରୁ ଦାନ ଟଙ୍କା ସହ ଏଭଳି ମନସ୍କାମନା ଥିବା ଚିଠି ମିଳିଛି । ଏଥର ମଧ୍ୟ କିଛି ଚିଠି ବାହାରିଛି । ହୁଣ୍ଡିରୁ ଆହୁରି ମଧ୍ୟ ଚିଠି ମିଳିଛି ।

ସେଥିରେ ଦୁଇଟି ଚିଠି କିଛି ଅଲଗା ଭାଷା ଲେଖାଯାଇଥିବାରୁ କଣ ଲେଖା ରହିଛି ଜଣାପଡ଼ିନାହିଁ । ଅନ୍ୟ ଏକ ଚିଠିରେ ଜଣେ ଭକ୍ତ ତାଙ୍କ ଝିଅକୁ ନିଟ ପରୀକ୍ଷାରେ ପାସ କରାଇଦେବା ପାଇଁ ଲେଖିଥିବା ବେଳେ ଅନ୍ୟ ଚିଠିରେ ଏହି ପ୍ରେମିକା ଜଣ ନିଜ ପ୍ରେମିକ ସହ ବାହାଘର କରାଇଦେବା ପାଇଁ ଚିଠି ଲେଖିଛନ୍ତି । ସେପଟେ ଟ୍ରଷ୍ଟ ବୋର୍ଡ ସଭାପତି କହିଛନ୍ତି କି ଭକ୍ତଙ୍କର ମାଆଙ୍କର ଉପରେ ରହିଛି ଅତୁଟ ଭକ୍ତି । ସେଥିପାଇଁ ଚିଠି ଲେଖି ତାଙ୍କର ମନସ୍କାମନା ଜଣାଉଛନ୍ତି ଭକ୍ତମାନେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.