fbpx
BSKY
BJD SHG SKY
BJD YOUTH SKY

(Video) ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାରା ଦେଶରେ ଉତ୍ସାହ; ବାଦ ପଡିଲାନି ସ୍କୁଲ ପରିସର 

ମୁମ୍ଵାଇ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସମଗ୍ର ଦେଶ ରାମ ଭକ୍ତିରେ ଲିପ୍ତ । ଦେଶର ବିଭିନ୍ନ ରାଜ୍ୟରେ ଭଗବାନ ରାମଙ୍କ ଉପରେ ଆସ୍ଥାର ଝଲକ ଦେଖିବାକୁ ମିଳୁଛି ।

ରାମଲାଲାଙ୍କ ଉପରେ ପ୍ରତ୍ୟେକ ଲୋକଙ୍କ ଆସ୍ଥା ରହିଛି। ନାଗପୁରର ଏକ ସ୍କୁଲର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଶତାଧିକ ସ୍କୁଲ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହ ରାମ ଧୁନରେ ନାଚୁଛନ୍ତି। ଏଥିସହିତ ଶିକ୍ଷୟିତ୍ରୀ ପିଲାମାନଙ୍କ ସହ ‘ମେରି କୁଟ କେ ଭାଗ ଆଜ ଖୁଲ ଜାଏଙ୍ଗେ ରାମ ଆୟେ’ ଗୀତରେ ନୃତ୍ୟ କରୁଛନ୍ତି। ଦେଖନ୍ତୁ ଭିଡିଓ-

ଆସୁଛନ୍ତି ରାମଲଲା, ଫୁଲରେ ସଜାଯାଇଛି ରାସ୍ତା ଘାଟ ଓ ଗେଟ୍।  ଗର୍ଭଗୃହ ସମେତ ମନ୍ଦିରକୁ ମଧ୍ୟ ସଜେଇ ଦିଆଯାଇଛି। ଦେଶ ବିଦେଶରୁ ଆସିଲେଣି ଅଗଣିତ ଭକ୍ତ। ସମସ୍ତଙ୍କ ଆଖି ସେହି ମୁହୂର୍ତ୍ତକୁ ଦେଖିବାକୁ, କେତେବେଳେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ଏବଂ ତା’ପରେ ରାମ ମନ୍ଦିର ଯାଇପାରିବେ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହୃଦୟରେ ବସି ସାରିଲେଣି ରାମଲଲା।

 

Get real time updates directly on you device, subscribe now.