fbpx

ସେଲଫି ନେବାବେଳେ ବିଗିଡ଼ିଲା ବାଲାନ୍ସ, ଭାଇରାଲ ହୋଇଗଲା ଯୁବତୀଙ୍କ ଭିଡିଓ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢ଼ିମାନଙ୍କୁ ଘାରିଛି ସେଲଫି ନିଶା । ଯେକୌଣସି ସ୍ଥାନରେ ସେମାନେ ସେଲଫି ଉଠାଇବାକୁ କେବେବି ଭୁଲନ୍ତି ନାହିଁ । ବାହାଘର ବା କିଛି ଉତ୍ସବରେ ଲୋକମାନେ ସେଲଫି ନେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । କିନ୍ତୁ ଅନେକଥର ଏହି ସେଲଫି ନିଶା ନିଜ ଉପରେ ଭାରି ପଡିଥାଏ । ଏପରି ପରିସ୍ଥିତିରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀଙ୍କ ସେଲଫି ନେବା ଭାରି ପଡିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ କେନାଲ କୂଳରେ ଠିଆ ହୋଇ ସେଲଫି ନେଉଛନ୍ତି । ସେ ଅଲଗା ଅଲଗା ପୋଜରେ ସେଲଫି ନେବାରେ ଲାଗିଛନ୍ତି । ସେ ସେଲଫି ନେବାରେ ଏତେ ଉତ୍ସାହିତ ହୋଇପଡିଲେ କି, ତାଙ୍କ ନିୟନ୍ତ୍ରଣ ବିଗିଡ଼ିବାରେ ଲାଗିଲା । ହାଇ ହିଲ୍ସ ପିନ୍ଧି ଡେଇଁ ଡେଇଁ ସେଲଫି ନେଉଥିବା ବେଳେ ବାଲାନ୍ସ ବିଗିଡ଼ିବାରୁ ସେ କେନାଲକୁ ଖସିପଡିଥିଲେ । ତେବେ ଆସନ୍ତୁୂ ଦେଖିବା ଏହି ଭାଇରାଲ ଭିଡିଓ…

 

View this post on Instagram

 

A post shared by hepgul5 (@hepgul5)

 

Get real time updates directly on you device, subscribe now.