fbpx

(See Video) ଏଇଟା ପୋଲିସ ନା ରାକ୍ଷସ? ଛୋଟ ଛୁଆକୁ ବି ଗାଈଗୋରୁ ପରି ପିଟୁଛି: ଭିଡିଓ ଭାଇରାଲ୍ ପରେ ପୋଲିସ ବାବୁ ସସପେଣ୍ଡ

ନୂଆଦିଲ୍ଲୀ: ପୋଲିସ ଯେ ଏତେ ତଳକୁ ଖସିପାରେ, ତା’ର ଏକ ନଗ୍ନଚିତ୍ର ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଜଣେ ଯୁବକ ନିଜ ଛୋଟ ଛୁଆକୁ ଧରିଥିବା ଅବସ୍ଥାରେ ପଶୁସମ ପୋଲିସ ବାବୁ ଗାଈଗୋରୁ ପରି ପ୍ରହାର କରୁଛି । ଏପରିକି ଜଣେ ବାବୁ ଛୁଆକୁ ଏପରି ଟାଣୁଛନ୍ତି, ଯେମିତି ତାକୁ ଦୁଇଖଣ୍ଡ କରିଦେବେ । ଏହି ଭିଡିଓଟି ଭାରରାଲ୍ ହେବା ପରେ ଚାରିଆଡ଼ୁ ପୋଲିସର ଏପରି ଅମାନବୀୟ କାର୍ଯ୍ୟକୁ ନିନ୍ଦା କରାଯିବା ସହ ଦୋଷୀ ବାବୁଜଣଙ୍କୁ କାର୍ଯ୍ୟରୁ ସସପେଣ୍ଡ କରିଦିଆଯାଇଛି ।

ଏକ ମିନିଟିର ଉକ୍ତ ଭିଡିଓରେ ପୋଲିସ ବାବୁ ଜଣଙ୍କୁ ଜଣେ ଯୁବକଙ୍କୁ ଦୌଡ଼ି ଦୌଡ଼ି ପିଟୁଛନ୍ତି । ଛୁଆ ଦେହରେ ଲାଗିବା ନେଇ ଯୁବକ ଜଣଙ୍କ ଯେତେ ନେହୁରା ହେଉଥିଲେ ହେଁ କେହି ତାଙ୍କ କଥା ଶୁଣିବାକୁ ନାରାଜ । ବାବୁ ଆମର ଦି’ ଟଙ୍କିଆ ଡ୍ୟୁଟିର କରାମତି ଦେଖାଇବାରେ ବ୍ୟସ୍ତ । ସରଳ, ଦୁର୍ବଳିଆ ଲୋକଙ୍କ ଉପରେ ଖାକିବାଲାଙ୍କର ବହୁତ ରାଗ । ସୋସିଆଲ ମିଡ଼ିଆରେ ଏହି ଭିଡିଓଟି ଭାଇରାଲ୍ ହେବାରେ ପରେ ୟୁପି ପୋଲିସର ଏପରି ବିକୃତ କାର୍ଯ୍ୟକୁ ନିନ୍ଦା କରାଯାଇଛି । ତେବେ ବିଜେପି ସାଂସଦ ବରୁଣ ଗାନ୍ଧୀ ଏହି କାର୍ଯ୍ୟକୁ ତୀବ୍ର ସମାଲୋଚନା କରିବା ସହ ଦୁର୍ବଳ ଲୋକଙ୍କୁ ନ୍ୟାୟ ମିଳିବା ପାଇଁ ଆଇନ ବ୍ୟବସ୍ଥାକୁ ଶକ୍ତ କରିବାକୁ ଟ୍ୱିଟ୍ କରିଛନ୍ତି । ଜଣାପଡ଼ିଛି ଯେ, ଜିଲ୍ଲା ହସ୍ପିଟାଲ ସାମନାରେ କିଛି ଖୋଳା କାର୍ଯ୍ୟ ଜାରି ରହିଥିବାର ସେଥିରୁ ଧୂଳି ଉଡ଼ି ହସ୍ପିଟାଲରେ ପଶୁଥିଲା । ତେଣୁ ଏହାକୁ ବିରୋଧ କରି କିଛି ହସ୍ପିଟାଲ କର୍ମଚାରୀ ଧାରଣାରେ ବସିଥିଲେ । ଛୁଆକୁ ଧରି ଲାଠି ମାଡ଼ ଖାଇଥିବା ଯୁବକ ତଥା ହସ୍ପିଟାଲ କର୍ମଚାରୀଙ୍କ ନେତା ରଜନୀଶ ଶୁକ୍ଲା ମଧ୍ୟ ସେଥିରେ ସାମିଲ ଥିଲେ । ତେବେ ଏନେଇ ଏଡିଏମ ବାଗୀଶ ଶୁକ୍ଲା କହିଛନ୍ତି ଯେ, ହସ୍ପିଟାଲ କର୍ମଚାରୀମାନେ ଗେଟ ବନ୍ଦ କରି ଧାରଣା ଦେଇଥିଲେ । ଏଥିସହ ଲାଠି ଚାର୍ଜ କଥାକୁ ସେ ଅସ୍ୱୀକାର କରିଥିଲେ ।

Get real time updates directly on you device, subscribe now.