fbpx
BSKY
BJD SHG SKY
BJD MC SKY

(Video)IND Vs ENG 2nd Test: ୦.୪୫ ସେକେଣ୍ଡରେ ରୋହିତଙ୍କ ଅସମ୍ଭବ କ୍ୟାଚ୍, ସମସ୍ତେ ଚକିତ

ବିଶାଖାପାଟଣା: ବିଶାଖାପାଟଣାରେ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ୨ୟ ଟେଷ୍ଟ ସିରିଜରେ ଭାରତ ବିଜୟ ହାସଲ କରିଛି । ଭାରତ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି । ଭାରତ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ ଦେଇଥିଲା । ଇଂଲଣ୍ଡ ଦଳ ୨ୟ ଇନିଂସରେ ୧୯୨ ରନ କରି ଆଉଟ୍ ହୋଇଥିଲା । ତେବେ ଏହି ବିଜୟ ସହ ଭାରତୀୟ ଦଳ ସିରିଜକୁ ୧-୧ରେ ସମାନ ରଖିଛି । ଇଂଲଣ୍ଡର ୨ୟ ଇନିଂସରେ ୨୯ ଓଭରରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶିଷ୍ଟ ଅଫ୍ ସ୍ପିନର ରବିନ୍ଦ୍ର ଅଶ୍ୱିନଙ୍କୁ ବୋଲିଂ ଦାୟିତ୍ୱ ଦେଇଥିଲେ । ରବିନ୍ଦ୍ର ଅଶ୍ୱିନଙ୍କ ୨ୟ ବଲରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଓଲି ପୋପ୍ ଦମଦାର ଶଟ୍ ମାରିଥିଲେ । କିନ୍ତୁ ଏହି ଶଟରେ ମାତ୍ର ୦.୪୫ ସେକେଣ୍ଡରେ ରୋହିତ ବଲ୍ କ୍ୟାଚ୍ କରିଥିଲେ । ଏହି କ୍ୟାଚ୍ ବ୍ୟାଟ୍ସମ୍ୟାନ୍ ଓଲି ପୋପ୍ ପାଇଁ ବଡ଼ ଝଟକା ଥିଲା । ଏହା ସହ ସେଠାରେ ଉପସ୍ଥିତ ସମସ୍ତଙ୍କୁ ରୋହିତଙ୍କ ଏହି କ୍ୟାଚ୍ ଶୈଳୀ ଚକିତ କରିଥିଲା । ଏହା ଥିଲା ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ । ଓଲି ପୋପ୍ ଜଣେ ଘାତକ ବ୍ୟାଟ୍ସମ୍ୟାନ୍ । ତେବେ ଓଲି ପୋପ୍ ୨୧ଟି ବଲରେ ୨୩ ରନ୍ କରି ଆଉଟ୍ ହୋଇଥିଲେ ।

Get real time updates directly on you device, subscribe now.