fbpx

PNBରେ ସ୍ପେଶାଲିଷ୍ଟ ଅଫିସର ପଦବୀ ଲାଗି ପ୍ରାର୍ଥୀ ଆହ୍ୱାନ, ଜାଣନ୍ତୁ ଦରମା ଓ ଅନ୍ୟାନ୍ୟ ବିବରଣୀ

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ ଚାକିରୀ ସନ୍ଧାନରେ ଅଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି) ସ୍ପେଶାଲିଷ୍ଟ ଅଫିସର ପଦ ଲାଗି ଆବେଦନପତ୍ର ଆମନ୍ତ୍ରଣ କରିଛି । ତେବେ ଏହି ସମସ୍ତ ପଦ ଲାଗି ଆବେଦନ ପ୍ରକ୍ରିୟା ଏବେ ଆରମ୍ଭ ହୋଇନାହିଁ । ଆରମ୍ଭ ହେବା ପରେ ଯୋଗ୍ୟ ପ୍ରାର୍ଥୀ ପିଏନବିର ଅଧିକାରୀକ ୱେବସାଇଟ pnbindia.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।

ଏଠାରେ ସୂଚାଇ ଦିଆଯାଇପାରେ କି ଏହି ସମସ୍ତ ପଦବୀ ଲାଗି ଆବେଦନ ପ୍ରକ୍ରିୟା ୭ ଫେବୃୟାରୀରୁ ଆରମ୍ଭ ହେବ ଓ ୨୫ ଫେବୃୟାରୀ ୨୦୨୪ରେ ଶେଷ ହେବ । ଏହି ନିଯୁକ୍ତି ପ୍ରକ୍ରିୟାରେ ୧୦୨୫ ପଦ ପୂରଣ ହେବ । ନିମ୍ନଲିଖିତ ପଦବୀରେ ପ୍ରାର୍ଥୀ ନିଯୁକ୍ତ କରାଯିବ ।
-ଅଫିସର କ୍ରେଡିଟ୍‌-୧୦୦୦ପଦ
-ପ୍ରବନ୍ଧକ-ବିଦେଶୀ ମୁଦ୍ରା-୧୫ ପଦ
-ପ୍ରବନ୍ଧକ-ସାଇବର ସୁରକ୍ଷା-୫
-ବରିଷ୍ଠ ପ୍ରବନ୍ଧକ-ସାଇବର ସୁରକ୍ଷା-୫
ଏହି ପଦପଦବୀ ଲାଗି ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପଦ ଅନୁସାରେ ୬୩୮୪୦ଟଙ୍କାରୁ ଆରମ୍ଭ କରି ୭୮୨୩୦ ପର୍ଯ୍ୟନ୍ତ ଦରମା ମିଳିବ ।
ଚୟନ ପ୍ରକ୍ରିୟା: ଅନଲାଇନ୍ ଲିଖିତ ପରୀକ୍ଷା ଓ ଏହାପରେ ବ୍ୟକ୍ତିଗତ ସାକ୍ଷାତକାର ଅନୁଷ୍ଠିତ ହେବ । ଲିଖିତ ପରୀକ୍ଷା ୧୦୦ ମାର୍କର ହେବ ଓ ଅବଧି ୨ ଘଣ୍ଟା ରହିବ । ବ୍ୟକ୍ତିଗତ ସାକ୍ଷାତକାର ୫୦ ମାର୍କର ହେବ ।

Get real time updates directly on you device, subscribe now.