fbpx
BSKY
BJD SHG SKY
BJD MC SKY

BREAKING…ପୁଣି ଗର୍ଜିଲେ ବେସରକାରୀ ଅଧ୍ୟାପକ; ଅନିର୍ଦ୍ଦିଷ୍ଟ କାଳ ଯାଏଁ ୬୬୨ବର୍ଗ ଅଧିନ ୭ଶହ କଲେଜ ବନ୍ଦ

ଭୁବନେଶ୍ୱର: ପୁଣି ଗାନ୍ଧି ମାର୍ଗରେ ଗର୍ଜିଲେ ବେସରକାରୀ ଅଧ୍ୟାପକ । ୩୫୮ ଦିନର ଅହୋରାତ୍ର ଧାରଣା ପରେ ପୁଣି ଧାରଣା ଦେଲେ । ସମାନ ଦରମାକୁ ସମାନ ଗ୍ରେଡ୍ ପେ ଆଧାରରେ ଦରମା ଦାବିରେ ଧାରଣା ଦେଇଛନ୍ତି । ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ୬୬୨ ବର୍ଗ ଅଧିନ ୭ ଶହ କଲେଜ ବନ୍ଦ । ଦାବି ପୂରଣ ନହେଲେ +୨ ପରୀକ୍ଷାରେ ଅସହଯୋଗ ପାଇଁ ଚେତାବନୀ ଦେଇଛନ୍ତି ବେସରକାରୀ ଅଧ୍ୟାପକ। ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ। ତେବେ ମାସ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ବି ତାଙ୍କ କଥା କେହି ଶୁଣୁନଥିବାରୁ ଆଜି ହଠାତ୍ ଗାନ୍ଧିମାର୍ଗରେ ଗର୍ଜନ କରୁଛନ୍ତି।

୨୦୦୮ରୁ ୨୦୧୮ ମଧ୍ୟରେ ନିଯୁକ୍ତ ହୋଇଥିବା ସମସ୍ତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନଭୁକ୍ତ କରିବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ଏହି ଗୋଟିଏ ମାତ୍ର ଦାବି ନେଇ ଗାନ୍ଧିମାର୍ଗର ଧାରଣା ସ୍ଥଳରେ ଦୀର୍ଘ ୪ ଶହ ଦିନ ଧରି ଶାନ୍ତିପୂର୍ଣ୍ଣ ଉପାୟରେ ଧାରଣା ଦେଇଆସୁଛନ୍ତି ଏହି ଅଧ୍ୟାପକମାନେ। ହେଲେ ଏତେଦିନ ଧରି ଧାରଣା ଦେବା ପରେ ବି ସରକାର ସେମାନଙ୍କ ସହ କୌଣସି ଆଲୋଚନା କରୁନାହାନ୍ତି।

ଆନ୍ଦୋଳନକାରୀ ଅଧ୍ୟାପକଙ୍କ ଅଭିଯୋଗ ୨୦୦୮ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ଅନୁଦାନ ପ୍ରଦାନ ନିମନ୍ତେ ନୂଆ ଗ୍ରାଣ୍ଟ୍-ଇନ୍-ଏଡ୍ ନୀତି ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ। ଏଥିସହ ୨୦୦୮ ଜୁନ୍ ୧ରୁ ୨୦୧୩ ନଭେମ୍ବର ୩୦ ମଧ୍ୟରେ ପ୍ରତିଷ୍ଠା ହୋଇଥିବା କଲେଜ୍ ଏବଂ ଏଥିରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ମଗାଯାଇଛି।

Get real time updates directly on you device, subscribe now.