fbpx
BSKY
BJD MC SKY
BJD YOUTH SKY

ଛାଡିଲେ ନାହିଁ ପୋଲିସ ଭ୍ୟାନ: କୋର୍ଟ କୁ ଗଲାବେଳେ କରିଲେ ଏମିତି ଦେଖନ୍ତୁ ଭାଇରଲ ଭିଡ଼ିଓ

ଥାନେ:ଆପଣ ଅନଲାଇନରେ ଅନେକ ଭିଡିଓ ଦେଖିଥିବେ ଯାହା ବର୍ତ୍ତମାନ ଟ୍ରେଣ୍ଡ କରୁଛି । କିନ୍ତୁ କିଛି ଏଭଳି ଭିଡିଓ ମଧ୍ୟ ରହିଛି ଯାହା ଗୋଟିଏଥର ଭାଇରାଲ ହେବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଠିକ ଏହି ଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ କହିବେ କଣ ଆଉ କେଉଁ ଠାରେ ସ୍ଥାନ ମିଳିଲା ନାହିଁ । କେକ କାଟିବାର ଅନେକ ଭିଡିଓ ଆପଣ ଦେଖିଥିବେ କିନ୍ତୁ ଏଭଳି କେକ କଟା ଦେଖି ନଥିବେ ।

ମହାରାଷ୍ଟ୍ରର ଥାନେ ଜିଲ୍ଲାର କଲ୍ୟାଣରେ ଶୁଣାଣି ପାଇଁ କୋର୍ଟକୁ ଅଣାଯାଇଥିବା ବେଳେ ପୋଲିସ୍ ଭ୍ୟାନ୍ ଭିତରେ ଜନ୍ମଦିନର କେକ୍ କାଟିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ପୋଲିସ ତଦନ୍ତ ଆରମ୍ଭ କରିବାକୁ କହିଛି।
ସୂଚାନମୁତାବକ ଉଲହସାନଗରର ରୋଶନ ଝା ତାଙ୍କ ଜନ୍ମଦିନ ପାଳନ କରିଥିଲେ ଯେଉଁଥିରେ ତାଙ୍କ ବନ୍ଧୁମାନେ କୋର୍ଟ ପରିସରରେ ଅବସ୍ଥିତ ପୋଲିସ ଏସକର୍ଟ ଭ୍ୟାନର ଝରକା ଦେଇ ତାଙ୍କ ନିକଟକୁ ଯାଇଥିଲେ। ତାଙ୍କୁ କୋର୍ଟକୁ ଆଣିଥିବା ପୋଲିସ୍ ଏସକର୍ଟ ଟିମ୍ ଥାନେର ଗ୍ରାମୀଣ ପୋଲିସ ଥିଲେ । ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ। ଯଥା ଶୀଘ୍ର ଏହି ଘଟଣାର ଅନୁସନ୍ଧାନ କରି ତଥ୍ୟ ପ୍ରଦାନ କରିବାକୁ କହିଛନ୍ତି ।

Get real time updates directly on you device, subscribe now.