fbpx

ଚାରିଟି ରାଜ୍ୟରେ ବଢ଼ିଲା DA: କେନ୍ଦ୍ର ସରକାର କେବେ ଆଉ କେତେ ପ୍ରତିଶତ ବଢ଼ାଇବେ, ଆସିଲା ଲାଟେଷ୍ଟ DA Hike ଅପଡେଟ୍

ନୂଆଦିଲ୍ଲୀ: ଚଳିତ ମାସରେ ଚାରି ରାଜ୍ୟ ସରକାର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବଢ଼ାଇଛନ୍ତି । ତେବେ ଖୁବଶୀଘ୍ର କେନ୍ଦ୍ର ସରକାର ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧି କରିବାକୁ ଯାଉଛନ୍ତି । ସପ୍ତମ ବେତନ କମିସନଙ୍କ ସୁପାରିଶ ଆଧାରରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯିବ । ସାଧାରଣ ଭାବେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବର୍ଷର ଜାନୁଆରୀ ଓ ଜୁଲାଇ ମାସରେ ଦୁଇଥର ବଢ଼ା ଯାଇଥାଏ ।

ପୂର୍ବରୁ କେନ୍ଦ୍ର ସରକାର ମାର୍ଚ୍ଚରେ ଡିଏ ବୃଦ୍ଧି ଘୋଷଣା କରିବା ସହ ଏରିଅର ମଧ୍ୟ ପ୍ରଦାନ କରିଥିଲେ । ତେବେ ଜୁଲାଇ ମାସର ଡିଏ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇନାହିଁ । ଏଆଇସିପିଆଇ ଇଣ୍ଡେକ୍ସର ତଥ୍ୟକୁ ଆଧାର କରି ଡିଏ ବୃଦ୍ଧି କରାଯାଇଥାଏ । ଜୁନ ମାସରେ ଏଆଇସିପିଆଇ ଇଣ୍ଡେକ୍ସ ୧୨୯.୨ ସ୍ତରରେ ପହଞ୍ଚି ଯାଇଛି । ଏହାଫଳରେ ଡିଏ ୪ ପ୍ରତିଶତ ବଢ଼ିପାରେ ବୋଲି କୁହାଯାଉଛି । ଡିଏ ବୃଦ୍ଧି ନିଷ୍ପତ୍ତି ସେପ୍ଟେମ୍ବର ପହିଲା ପୂର୍ବରୁ ନିଆଯିବାର ସମ୍ଭାବନା ରହିଛି ।

ଅଗଷ୍ଟ ୧୬ରେ ଛତିଶଗଡ଼ ସରକାର ୬ ପ୍ରତିଶତ ଡିଏ ବଢ଼ାଇବା ପରେ କର୍ମଚାରୀଙ୍କ ଡିଏ ୨୮ ପ୍ରତିଶତରେ ପହଞ୍ଚି ଯାଇଛି । ଗୁଜରାଟ ସରକାର ଅଗଷ୍ଟ ୧୫ରେ ୩ ପ୍ରତିଶତ ଡିଏ ବଢ଼ାଇଥିଲେ । ମହାରାଷ୍ଟ୍ର ସରକାର ୩ ପ୍ରତିଶତ ଡିଏ ବଢ଼ାଇବା ପରେ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରେ ପହଞ୍ଚି ଯାଇଛି । ସେହିପରି ତାମିଲନାଡ଼ୁ ସରକାର ୩ ପ୍ରତିଶତ ଡିଏ ବଢ଼ାଇବା ପରେ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରେ ପହଞ୍ଚି ଯାଇଛି ।

Get real time updates directly on you device, subscribe now.