fbpx

Video: ଓ ଏ.. କି ଖରା,ଏହି ଅସହ୍ୟ ଖରା ବେଳଟାରେ ମୋତେ ଆଉ କେତେ ଦୌଡେଇବ

ମୟୁରଭଞ୍ଜ: ମୁଁ ଆଉ ପାରୁନି.. । ମୋତେ ଭିଷଣ ଶୋଷ ଲାଗୁଛି । ତତେ କହିବା ପାଇଁ ସିନା ମୋର ପାଟି ଫିଟୁନାହିଁ,ତୁ ବି ମୋ ମନ କଥା ବୁଝିବା ପାଇଁ ନାରାଜ…”ଦର୍ଶକ ବନ୍ଧୁ,ଏ କଥା ଟି ଆମେ କହୁନୁ ।ଏକଥାଟି କହୁଥିଲା ବୋଧେ ଏହି ଘୋଡା ଟି । ଆପଣ ଦେଖୁଥିବା ଏହି ଘୋଡାଟି ବସୁଧା ମା କୋଳରେ ଶୋଇ ଯାଇଛି ଚିର ନିଦ୍ରାରେ । ଆଉ ଯେତେ ଡାକିଲେ ମଧ୍ୟ ଉଠିବ ନାହିଁ। କଥାରେ ଅଛି:-“ଯିଏ ତୁମକୁ ବିଶ୍ୱାସ କରୁଛି ମନ ପ୍ରାଣେ,କଷ୍ଟ ଦିଅନା ତାକୁ ଅକାରଣେ । ନିଜ ଇଛାରେ ଯଦି କଷ୍ଟ ଦିଅ ତା’ର ମନେ,ଜାଣିରଖ ସେହି କଷ୍ଟ ଆସିବ ଦିନେ ତୁମରି ଜୀବନେ।।”ଘୋଡା ମାଲିକର ଅମାନବିକତା ଯୋଗୁଁ ଶୋଷରେ ଜୀବନ ଚାରିଗଲା ନିରିହ ପଶୁର ।

ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ୧୮ନଂ ଜାତୀୟ ରାଜପଥ କଳମା ଏବଂ ଗଡଦେଉଳିଆ ମଝିରେ । ସୂଚନା ମୁତାବକ ଉତ୍ତରପ୍ରଦେଶ ଅଞ୍ଚଳରୁ ଓଡ଼ିଶାକୁ ଆସି ଘୋଡା ମାନଙ୍କ ଦ୍ୱାରା ବେଶ ଦୁଇ ପଇସା ରୋଜଗାର କରୁଥିବା ଏହି ବ୍ୟବସାୟି ଜଣକ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା ବେଳେ କଳମା ଛକ ଠାରେ ଘୋଡା ଗାଡିଟିକୁ ଛିଡା କରି ନିକଟସ୍ଥ ଏକ ଦୋକାନକୁ ପାଣି ପିଇବା ପାଇଁ ଯାଇଥିଲେ । ଆଉ ଠିକ ଏହି ଘୋଡାଟିକୁ ଅତ୍ୟଧିକ ଶୋଷ ଲାଗିବାରୁ ମାଲିକକୁ ଛାଡି ଗଡଦେଉଳିଆ ଅଭିମୁଖେ ପଳାଇ ଆସିଥିଲେ ।

ତେବେ ୧୮ ନମ୍ବର ଜାତୀୟ ରାଜପଥ କଳମା ଓ ଗଡଦେଉଳିଆ ମଝିରେ ଥିବା ନଣ୍ଢାସାହି ଜଙ୍ଗଲ ନିକଟରେ ଘୋଡାଟିର ମୃତ୍ୟୁ ଘଟିଥିଲା । ତେବେ ଘୋଡାଟି ଖାଦ୍ୟ ଓ ପାନୀୟକୁ ନ ଦେଇ ଅମାନବିୟ ଭାବେ ଖଟାଉଥିବା ହେତୁ ଘୋଡାଟିର ମୃତ୍ୟୁ ହୋଇଗଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

youtube.com/watch?v=POvigaScJvo

Get real time updates directly on you device, subscribe now.