fbpx

UPSCରେ ଅନେକ ପଦବୀ ପାଇଁ ବାହାରିଲା ନିଯୁକ୍ତି : ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଯୁବପୀଢ଼ୀଙ୍କ ପାଇଁ ଆସିଛି ଖୁସିଖବର । ସଙ୍ଘ ଲୋକ ସେବା ଆୟୋଗ UPSCରେ ଅନେକ ପଦବୀ ପାଇଁ ବାହାରିଛି ନିଯୁକ୍ତି । ଏହି ପଦବୀ ପାଇଁ ଇଚ୍ଛା ପ୍ରକାଶ କରୁଥିବା ପ୍ରାର୍ଥୀମାନେ upsc.gov.inକୁ ଯାଇ ଆବେଦନ କରିପାରିବେ । ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୨ ରହିଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହି ପୋଷ୍ଟଗୁଡିକରେ ନିଯୁକ୍ତି :-

UPSCରେ ମୋଟ ୧୯ଟି ପଦବୀ ପାଇଁ ନିଯୁକ୍ତି ବାହାରିଛି ।
ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସି ଅଫିସର ପାଇଁ- ୪ ପଦ
ଆନ୍ଥୋପୋଲୋଜିଷ୍ଟର -୧ ପୋଷ୍ଟ
ସାଇଣ୍ଟିଷ୍ଟ ‘ବି’ ର ୭ ଟି ପୋଷ୍ଟ ।
ଡେପୁଟି ଡାଇରେକ୍ଟର ଜେନେରାଲ୍ / ଆଞ୍ଚଳିକ ନିର୍ଦ୍ଦେଶକଙ୍କ ୩ ଟି ପଦବୀ ।
ପୁନର୍ବାସ ଅଧିକାରୀଙ୍କ ୪ ଟି ପଦବୀରେ ନିଯୁକ୍ତି କରାଯିବ ।

ଏହି ସମସ୍ତ ପଦବୀରେ ନିଯୁକ୍ତି ପାଇଁ ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ରହିଛି । ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ upsc.gov.inକୁ ଯାଇ କରି ସମ୍ପୂର୍ଣ୍ଣ ସୂଚନା ଚେକ୍ କରିପାରିବେ ଏବଂ ୧୫ ସେପ୍ଟେମ୍ବର ସୁଦ୍ଧା ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକରେ ମନୋନୀତ ହୋଇଥିବା ଆବେଦନକାରୀଙ୍କୁ ଇଣ୍ଟରଭ୍ୟୁ ରାଉଣ୍ଡ ପାଇଁ ଡକାଯିବ । ଇଣ୍ଟରଭ୍ୟୁ ପାଇଁ ହାଜର ହେବାକୁ ଥିବା ପ୍ରାର୍ଥୀମାନେ ସେମାନଙ୍କ ଅନଲାଇନ୍ ଆବେଦନରୁ ପ୍ରିଣ୍ଟ ଅନ୍ୟ ଡକ୍ୟୁମେଣ୍ଟ ସହିତ ନେଇ UPSCରେ ଆଣିବାକୁ ପଡିବ । ଏହା ପରେ ହିଁ ସେମାନଙ୍କର ଇଣ୍ଟରଭ୍ୟୁ ନିଆଯିବ ।

ଏହି ପଦବୀଗୁଡିକ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୨୫ ଟଙ୍କା ଜମା କରିବାକୁ ପଡିବ । ଏହା ବ୍ୟତୀତ ଏସସି-ଏସଟି, ପିଡବ୍ଲୁବିଡି ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ରଖାଯାଇ ନାହିଁ । ଏହି ପଦବୀ ସହ ଜଡ଼ିତ ଅଧିକ ସୂଚନା ପାଇଁ ଆପଣ ଅଫିସିଆଲ ସାଇଟ upsc.gov.inକୁ ଯାଇ ଦେଖିପାରିବେ ।

Get real time updates directly on you device, subscribe now.