fbpx

Video: ପୁରୀ ବାଲୁକା କଳା:୩ହଜାର୪୨୫ଟି ବାଲି ଲଡୁରେ ନିର୍ମାଣ ଗଣେଶ ମୂର୍ତ୍ତି

ପୁରୀ : ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଜାନନଙ୍କ ପୂଜା। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟଙ୍କୁ ସମସ୍ତେ ଜାଣନ୍ତି । ତାଙ୍କର ବାଲୁକା କଳା ହିଁ ତାଙ୍କର ପରିଚୟ ବଖାଣି ଥାଏ । ତେବେ ସେ ଆଜି ନିଜର କଳା ମାଧ୍ୟମରେ ବିଘ୍ନବିନାୟକ ଗଜାଜନଙ୍କର ଆବାହନ କରିଥିବାର ଦେଖିବାକୁ ମିଳିଛନ୍ତି ।

ବିଘ୍ନ ହର୍ତା ରୂପେ ପ୍ରଭୁ ଗଣେଶ ସର୍ବତ୍ର ପୂଜା ପାଆନ୍ତି। ତାଙ୍କୁ ନିଜ ବାଲୁକା କଳାରେ ସ୍ଥାପନା କରିବା ସହ ସାରା ପୃଥିବୀରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ଲକ୍ଷ୍ୟରେ ପୁରୀ ବେଳାଭୂମିରେ ୩ ହଜାର ୪୨୫ଟି ବାଲି ଲଡୁ ରେ ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହା ସହ ଦୁଇପାର୍ଶ୍ୱରେ ଦୁଇଟି ହାତୀ ନିର୍ମାଣ କରାଯାଇଛି ଯାହା କି ଆକର୍ଷଣୀର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ସହିତ ଫୁଲ ମାଧ୍ୟମରେ ଏହା କୁ ଅଧିକ ସୁନ୍ଦର ନିର୍ମାଣ କରାଯାଇଛି । ପ୍ରକୁତି ସୁରକ୍ଷା ର ବାର୍ତ୍ତା ମଧ୍ୟ ଏହା ଦ୍ୱାରା ଦିଆ ଯାଇଛି ।

Get real time updates directly on you device, subscribe now.