(Video): ଗୋଟିଏ ହାତରେ ଷ୍ଟିୟରିଂ, ଅନ୍ୟ ହାତରେ ମୋବାଇଲ.. କ୍ୟାବ୍ ଡ୍ରାଇଭରଙ୍କ ଏଭଳି କାର୍ଯ୍ୟ ଦେଖି ଭିଡିଓ କଲେ ଯାତ୍ରୀ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ବ୍ୟକ୍ତି ଯାତାୟାତ ପାଇଁ କ୍ୟାବ୍ ବ୍ୟବହାର କରୁଛନ୍ତି । ଏହା ଆରାମଦାୟକ ହେବା ସହ ପାର୍କିଂ ଟେନସନ୍ ନଥାଏ ।

ସାଧାରଣତଃ ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା ଉଚିତ ନୁହେଁ । ଏହା ଜୀବନ ପ୍ରତି ବିପଜ୍ଜନକ ହୋଇଥାଏ । ଏହା ସତ୍ତ୍ୱେ ଏବେବି ଅନେକ ଲୋକଙ୍କ ମୋବାଇଲ ନିଶା ଗାଡ଼ି ଚଲାଇବା ସମୟରେ ଧରାପଡ଼ିଥାଏ । ବର୍ତ୍ତମାନ ଏହାର ଏକ ଜ୍ୱଳନ୍ତ ଉଦାହରଣ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି ।

ଡ୍ରାଇଭିଂ ସହ ଶିଖୁଛନ୍ତି ରୋଷେଇ:

କ୍ୟାବ୍ ଡ୍ରାଇଭର ଜଣଙ୍କ ଗୋଟିଏ ହାତରେ ଷ୍ଟିୟରିଂ ବୁଲାଇବା ସହ ଅନ୍ୟ ହାତରେ ରିଲ୍ସ ସ୍ୱାଇପ୍ କରୁଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିିଳିଛି । ଉକ୍ତ ଡ୍ରାଇଭର ଜଣଙ୍କ ରିଲ୍ସରେ ଆମଲେଟ୍ କିପରି ପ୍ରସ୍ତୁତ ହୁଏ ଏବଂ ବିଗ୍ ବସ୍ ଭଳି ମନୋରଞ୍ଜନ ଭିଡିଓ ଦେଖୁଥିଲେ ।

ଭିଡିଓ ଭାଇରାଲ କଲେ ଯାତ୍ରୀ:

କ୍ୟାବ୍ ପଛ ସିଟରେ ବସିଥିବା ଯାତ୍ରୀ ଜଣଙ୍କ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏହାର କ୍ୟାପସନରେ ଡ୍ରାଇଭର ଜଣଙ୍କ ତାଙ୍କ ଜୀବନକୁ ବିପଦରେ ପକାଇଥିବା ଅଭିଯୋଗ କରିବା ସହ ଉକ୍ତ କ୍ୟାବ୍ କମ୍ପାନୀକୁ ଟ୍ୟାଗ୍ ମଧ୍ୟ କରିଥିଲେ । ଯାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱ ଦେବା ନେଇ କମ୍ପାନୀ ଏହାର ପ୍ରତିକ୍ରିୟାରେ ଉଲ୍ଲେଖ କରିଥିଲା ।

ଏହି ଭାଇରାଲ ଭିଡିଓକୁ @ROHANKHULE ନାମକ ଜଣେ ୟୁଜର ଶେୟାର କରିଛନ୍ତି । ଅନେକ ୟୁଜର ଏହି ଭିଡିଓକୁ ନେଇ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ‘ଉକ୍ତ ଡ୍ରାଇଭରର ଲାଇସେନ୍ସ ତୁରନ୍ତ ବାତିଲ କରାଯାଉ ।’ ଅପରପକ୍ଷରେ ମୁମ୍ବାଇ ପୋଲିସ ମଧ୍ୟ ଉକ୍ତ କ୍ୟାବ୍ ଡ୍ରାଇଭରଙ୍କ ବିଷୟରେ ଅଧିକ ଡିଟେଲ୍ସ ମାଗିଛନ୍ତି ଯଦ୍ୱାରା ଅଧିକ ତଦନ୍ତ କରାଯାଇପାରେ ।